www.samajalive.in
Saturday, December 6, 2025
14.1 C
Bhubaneswar

ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବାକୁ କୁମକି ହାତୀଙ୍କୁ ତାଲିମ ଦେବେ ମାହୁନ୍ତ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବଣୁଆ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ଫଳରେ କେତେବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏବଂ ଏହି ପରିସ୍ଥିତିରେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ବନ୍ୟପ୍ରାଣୀ ପିସିସିଏଫ୍‌ କହିଛନ୍ତି ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ହାତୀ ପାଠଶାଳା ଖୋଲିବ। ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଟ୍ରେନିଂ ଦିଆଯିବ । ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର କରାଯାଇଛି। ହାତୀ ମାନେ କୁମକି ତାଲିମ ନେବେ ଏବଂ ଜନବସତି ମୁହାଁ ହେଉଥିବା ବଣୁଆ ହାତୀ ମାନଙ୍କୁ ଘଉଡାଇବେ ।  ଜଙ୍ଗଲର ସୁରକ୍ଷା,  ବିପଦରେ ପଡ଼ିଥିବା ବନ୍ୟଜନ୍ତୁ ମାନଙ୍କୁ ଉଦ୍ଧାର କରିବା, ବଣୁଆ ଜୀବଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ କରି କାବୁ କରିବା ଏବଂ ଶିକାରୀଙ୍କ ଜବତ ସାମଗ୍ରୀ ପରିବହନରେ ହାତୀ ମାନଙ୍କୁ ବ୍ୟବହାର କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories