www.samajalive.in
Friday, December 12, 2025
15.1 C
Bhubaneswar

କହ୍ନେଇଁବନ୍ଧରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

ଖୁଣ୍ଟା : କହ୍ନେଇଁ ବନ୍ଧରେ ବିଜେପିର ଜନପରାମର୍ଶ  ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ବିଜେପି ଦ୍ୱାରା କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନା ଗୁଡିକ ବାବଦରେ ଲୋକଙ୍କୁ ଅବଗତ କରାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ସରକାରର ବିଫଳତାକୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ଲୋକଙ୍କ ପାଇଁ ଉଜ୍ଜ୍ୱଳା, ଅଟଳ ପେନସନ, ମୁଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି, ଅୟୁଷ୍ମାନ ସମେତ ଅନ୍ୟାନ୍ୟ ଯୋଜନା ପ୍ରଣୟନ କରିଥିବା ବେଳେ ରାଜ୍ୟ ସରକାର ଶାସନରେ ସ୍କୁଲରେ ଶିକ୍ଷକ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି, ବେକାରୀ ବୃଦ୍ଧି, ଚାଷୀ ଅସହାୟ ଓ ମହିଳାମାନେ ଅସୁରକ୍ଷିତ ବୋଲି କହିଥିଲେ। ମଣ୍ଡଳର ସଭାପତି ଭବାନୀ ଲେଙ୍କାଙ୍କ ନେତୃତ୍ୱରେ ଦଳର ସ୍ଥାନୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ନେଇ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତି ସମୟରେ ମଣ୍ଡଳର ସମସ୍ତ ଗ୍ରାମରେ ବିଜେପି ଉକ୍ତ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି ପଦଯାତ୍ରାରେ ସାମିଲ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁମନ ସିଂ ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories