ଖୁଣ୍ଟା : ଡୁକୁରା ବନ କର୍ମଚାରୀଙ୍କ ଦ୍ୱାରା ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରାଯାଇଛି। ଶିମିଳିପାଳ ସନ୍ନିକଟ ଭାଲୁପାଣି ପଥର ଖାଦାନରୁ ପଥର ଚାଲାଣ କରୁଥିବା ଉକ୍ତ ଟ୍ରାକ୍ଟର ଖଣ୍ଡାବୁଡା ରାସ୍ତାରେ ବନ କର୍ମଚାରୀଙ୍କ ନଜରରେ ପଡିଥିଲା। ଯାଞ୍ଚ ବେଳେ ପଥର ଚାଲାଣ ବାବଦରେ କୌଣସି ଦସ୍ତାବୀଜ ନଥିବା ରେଞ୍ଜର ଅନନ୍ତ କୁମାର ଜେନା କହିଥିବା ବେଳେ ଜରିମାନା ଆଦାୟ ପାଇଁ ଟ୍ରକ୍ଟରକୁ ଜବତ କରାଯାଇ ଡୁକୁରା ବିଭାଗୀୟ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି।
Popular Categories



