www.samajalive.in
Sunday, December 7, 2025
26.1 C
Bhubaneswar

ମୁଣ୍ଡ କଟିଗଲା ପରେ ବି କାମୁଡେ ସାପ

ଡେସ୍କ: ସାପ ମରିବା ପରେ ବି କାମୁଡି ପାରେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେବି ବାସ୍ତବରେ ସତ୍ୟ। ସମସ୍ତଙ୍କୁ ଆଶ୍ଚର୍ଯ୍ୟକଲା ଭଳି ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତିଙ୍କୁ ସାପର କଟିଯାଇଥିବା ମୁଣ୍ଡ କାମୁଡି ଦେଇଥିଲା। ସେହି ବ୍ୟକ୍ତିଙ୍କୁ ୨୬ଥର ଆଣ୍ଟିଡୋଜ୍‍ ଦିଆଯିବା ପରେ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ରିପୋର୍ଟ ଅନୁସାରେ ସାପକୁ ମାରିବା ପରେ ବ୍ୟକ୍ତି ଜଣଙ୍କ ସାପର ମୁଣ୍ଡକୁ କାଟି ଦେଇଥିଲେ। ଯେତେବେଳେ ସେ ମୃତ ସାପକୁ ଫିଙ୍ଗିବାକୁ ଯାଉଥିଲେ, ସେତେବେଳେ ତାଙ୍କୁ ସାପର ମୁଣ୍ଡ କାମୁଡି ଦେଇଥିଲା। ତେବେ ସାପର କଟିଯାଇଥିବା ମୁଣ୍ଡ ମଧ୍ୟ କାମୁଡିବା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ସାପଟି ମୃତହେବା ପରେ ମଧ୍ୟ କାମୁଡିବା ପରେ କେତେ ଦିନ ଜୀବିତ ରହିଥାଏ ଏବଂ ଏହାର କାରଣ କଣ ଆସନ୍ତୁ ଜାଣିବା . . .

- Advertisement -

ବୈଜ୍ଞାନିକଙ୍କ ମତ ଅନୁସାରେ ମୃତ୍ୟୁ ପରେ ବି ସାପଟି ଅନେକ ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ ଏବଂ ମଣିଷକୁ କାମୁଡିପାରେ। ‘ସାଇନ୍ସ ଫ୍ୟାକ୍ଟ’ ଅନୁଯାୟୀ ଅନେକ ପ୍ରଜାତିର ସାପ ଅଛନ୍ତି। ଯାହାର ମୁଣ୍ଡ କଟାଯାଇଥିଲେ ମଧ୍ୟ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ବିଜ୍ଞାନ ଅନୁସାରେ ଏହାର କାରଣ ସାପର ଭୌତିକ ଗଠନରେ ରହିଛି। ସାପ ଗୁଡିକ ଶୀତଳ ରକ୍ତ ସରୀସୃପ। ଏହାର ଅର୍ଥ ସେମାନେ ସୂର୍ଯ୍ୟକିରଣ କିମ୍ବା ବାହ୍ୟ ଉତ୍ସରୁ ଶକ୍ତି ନିଅନ୍ତି।

ଆମେରିକାର ଷ୍ଟେଟ୍‍ ୟୁନିଭରସିଟିର ପ୍ରଫେସର ଡେଭିଡ ପେନିଙ୍ଗ କହିଛନ୍ତି ଯେହେତୁ ସାପମାନେ ନିଜ ଶରୀରର ତାପମାତ୍ରାକୁ ବଜାୟ ରଖିବା ଆବଶ୍ୟକ କରନ୍ତି ନାହିଁ, ତେଣୁ ଅମ୍ଳଜାନ ପାଇବା ପାଇଁ ସେତେ ଶକ୍ତି ଆବଶ୍ୟକ କରନ୍ତି ନାହିଁ। ତାଙ୍କ ମତରେ ଯେଉଁ ଜନ୍ତୁଙ୍କ କ୍ଷେତ୍ରରେ ସ୍ତନ୍ୟପାନ କ୍ଷୟ ହୋଇଯାଏ, ତେବେ ସେମାନେ ତୁରନ୍ତ ମରିଯିବେ, କିନ୍ତୁ ସାପ ଏବଂ ଅନ୍ୟ ସରୀସୃପ ପ୍ରାଣୀମାନଙ୍କ କ୍ଷେତ୍ରରେ ଏହା ହୋଇନଥାଏ। ବରଂ ସେମାନଙ୍କ ମସ୍ତିଷ୍କକୁ ଶକ୍ତି ଯୋଗାଇବା ପାଇଁ ଯେତିକି ଅମ୍ଳଜାନ ଆବଶ୍ୟକ ସେତିକି ଯୋଗାଇଥାଏ। ଏପରି ସ୍ଥିତିରେ ସାପଟି ମୁଣ୍ଡ କାଟିବା ପରେ ମଧ୍ୟ ଅନେକ ସମୟ ଧରି ଜୀବିତ ରହିଥାଏ।

ସମଗ୍ର ବିଶ୍ୱରେ ୩୭୦୦ ରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳେ। ଯେଉଁଥିରୁ ପ୍ରାୟ ୬୦୦ଟି ବିଷାକ୍ତ ସାପ ରହିଛନ୍ତି। ଭାରତରେ ଦେଖାଯାଉଥିବା କୋବ୍ରା ପ୍ରଜାତିର ସାପମାନେ ଅତ୍ୟଧିକ ବିଷାକ୍ତ ଅଟନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories