www.samajalive.in
Friday, December 5, 2025
23.1 C
Bhubaneswar

ୱେବସାଇଟରେ ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ: ଜାଣନ୍ତୁ କିଏ କରିଛି ସବୁଠୁ ଅଧିକ ଅର୍ଥ ଦାନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ନିର୍ଦ୍ଧାରିତ ସମୟରେ ଇଲେକ୍ଟୋରାଲ୍‌‌ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ଷ୍ଟେଟ୍‌‌ ବ୍ୟାଙ୍କ ଦାଖଲ କରିଥିବା ଡାଟା ଇଲେକ୍ସନ କମିସନ ଅଫିସିଆଲ ୱେବସାଇଟରେ ଅପଲୋଡ୍‌‌ ହୋଇଛି।
ଦୁଇଟି ପିଡିଏଫରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଥିବା ବେଳେ ଅନ୍ୟଟିରେ ଦଳରେ ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ ରହିଛି। ୩୩୭ ଓ ୪୨୬ ପୃଷ୍ଠାର ଦୁଇଟି ପିଡିଏଫ ରହିଛି। ପ୍ରଥମ ଭାଗ ୩୩୭ ପୃଷ୍ଠା ବିଶିଷ୍ଠ ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୧୧ ପର୍ଯ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ଦ୍ୱିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହି ଭାଗରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଡିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦିଆଯାଇଛି।
ସୂଚନା ଅନୁସାରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌‌ ସବୁଠୁ ଅଧିକ ଟଙ୍କା ଦାନ କରିଛି। ତାମିଲନାଡୁ କୋଏମ୍ବଟୁର ସ୍ଥିତ ଏହି କମ୍ପାନୀ ୧ହଜାର ୩୬୮କୋଟି ଟଙ୍କା ଦେଇଛି। ଏହି କମ୍ପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ କୁହାଯାଉଥିବା ସାଣ୍ଟିଆଗୋ ମାର୍ଟିନ। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକ୍‌‌ଚର ଲିମିଟେଡ୍‌‌, କମ୍ପାନୀ ୯୬୬କୋଟି ଦାନ କରିଛି। ସେହିପରି ୪୧୦ କୋଟି ଦାନ କରିଛି କ୍ୱିକ୍‌‌ ସପ୍ଲାଏ ଚେନ୍‌‌ ପ୍ରାଇଭେଟ୍‌‌ ଲିମିଟେଡ, ବେଦାନ୍ତ ୪ଶହ କୋଟି ଦାନ କରିଛି। ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିର୍ବାସ ମିତ୍ତଲ, ଏଡିଲୁଇସ୍‌‌, ପିଭିଆର୍‌‌ ପ୍ରମୁଖ ରହିଛନ୍ତି। ବିଜେପି, କଂଗ୍ରେସ, ବିଜେଡି, ଏଆଇଏଡିଏମକେ, ବିଆରଏସ୍‌‌, ଶିବସେନା, ଟିଡିପି, ୱାଇଏସଆର କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ ଏହି କମ୍ପାନୀଙ୍କ ଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories