www.samajalive.in
Saturday, December 6, 2025
14.1 C
Bhubaneswar

ଜଙ୍ଗଲୀ ହାତୀ ଉପଦ୍ରବ ; ଘର ଭାଙ୍ଗିଲେ, ଧାନ ଚାଉଳ ସମେତ ଆବାସ ପତ୍ର ନଷ୍ଟ କଲେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ସେକ୍ସନ ସ୍ଥିତ ଇଜୁରୁପାରେ ଗାଁରେ ଗତ ବୁଧବାର ରାତିରେ ୨୦ ଟିକିଆ ଜଙ୍ଗଲୀ ହାତୀପଲ ଆସି ୭ଜଣଙ୍କ ଘର ଭାଙ୍ଗିବା ପରେ ଘରେ ଥିବା ଧାନ, ଚାଉଳ, କାନ୍ଦୁଲ ଖାଇବା ସହ ଘରେ ଥିବା ଆବାସ ପତ୍ର ନଷ୍ଟ କରି ଦେଇଛନ୍ତି।
ସୂଚନା ମୁତାବକ ଏହି ଜଙ୍ଗଲୀ ହାତୀପଲ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ମାସେ ହେଲା ଆତଙ୍କ ସୃଷ୍ଟି କରିଥିବା ବେଳେ ଗତ ବୁଧବାର ରାତିରେ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ ଇଜୁରୁପାରେ ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି। ଗତ ବୁଧବାର ରାତିରେ ୨୦ ଟିକିଆ ହାତୀପଲ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ କବି ଗଉଡ଼, ରଘୁ ଗଉଡ଼, ଅନନ୍ତ ନାଗ, ଧନୁ ଗଉଡ଼, ଅର୍ଜୁନ ଗଉଡ଼, କୁଶ ଗଉଡ଼ ଓ ଦିବା ଗଉଡ଼ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ, କାନ୍ଦୁଲ, ଚାଉଳ ଖାଇବା ସହିତ ଆସବା ପତ୍ର ମଧ୍ୟ ନଷ୍ଟ କରିଛନ୍ତି।
ଦିବା ଗଉଡ଼ର ୧୮ ବସ୍ତା ଚାଉଳ ଓ ୫୮ ବସ୍ତା ଧାନକୁ ଖାଇବା ସହିତ ମାଡି ଚକଟି ନଷ୍ଟ କରିଛନ୍ତି। ହାତୀ ଉପଦ୍ରଵ ଖବର ପାଇ ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଣୁ ଏହି ପରିବାର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ପଚାରିବାରୁ ସେ କହିଲେ ହାତୀ ଆସି ଘର ଭାଙ୍ଗିବା ଏବଂ ଅସବାବ ପତ୍ର ନଷ୍ଟ କରିବାଟା ସତ୍ୟ କିନ୍ତୁ ଏହି ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବା ଯୋଗୁଁ ବର୍ତ୍ତମାନ କ୍ଷୟକ୍ଷତି ଆକଳନ ପାଇଁ ଅନଲାଇନରେ ଡକୁମେଣ୍ଟ ଅପଲୋଡ଼ ହେଉଛି ଏବଂ ଏମାନଙ୍କର ଭାଙ୍ଗିଥିବା ଘର ଗୁଡିକର କୌଣସି କାଗଜପତ୍ର ନଥିବା ଯୋଗୁଁ କିପରି ସେମାନଙ୍କ କ୍ଷୟକ୍ଷତି ଆକଳନ କରି ହେବ ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories