www.samajalive.in
Saturday, December 6, 2025
23.1 C
Bhubaneswar

୮ଟି ଶ୍ରେଣୀ ପାଇଁ ୫ ଶିକ୍ଷକ

ଗୁରୁଡିଝାଟିଆ : ସମସ୍ତେ ପଢିବେ, ସମସ୍ତେ ବଢିବେ। ଏହା ଏକ ସ୍ଲୋଗାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାଥମିକ ଶିକ୍ଷା ଏବେ ଅଧୋଗତି ଆଡକୁ ଗତିକଲାଣି । ଏଭଳି ସ୍ଥିତିରେ ଉତ୍ତମ ମାନବ ସମ୍ବଳ ସୃଷ୍ଟି ଏକ ଆହ୍ୱାନ। ୫୫ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଓରନ୍ଦା ସମ୍ବେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ୧୯୫୨ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟଟି ବହୁ କୃତୀ ସନ୍ତାନକୁ ତାର ବୁକୁରେ ଦେଇଛି ସ୍ଥାନ। ଦେଇଛି ନୂଆ ପରିଚୟ। ହେଲେ ତାର ଦୁରାବସ୍ଥା। ୮ଟି ଶ୍ରେଣୀ ପାଇଁ ୫ ଶିକ୍ଷକ ଥିବା ବେଳେ ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୬୩। ବିଷୟଗତ ଶିକ୍ଷକ ନିଯୁକ୍ତି ପାଇନଥିବାରୁ ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ବିଦ୍ୟାର୍ଥୀମାନେ ପଢି ପାରୁନାହାନ୍ତି ହିନ୍ଦି ଓ ସଂସ୍କୃତ। ମୋଟାମୋଟି ଭାବେ କହିଲେ ହିନ୍ଦି ଓ ସଂସ୍କୃତ ବହିରେ ପଢିଛି ଡୋରି। ନବେଢା ଅଞ୍ଚଳର ଏକ ଗାରିମାମୟ ବିଦ୍ୟାଳୟ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ସମ୍ଭେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ମନରେ ଆସୁଛି କ୍ଷୋଭ। ଏ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକାଧିକବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏଣୁ ତୁରନ୍ତ ବିଷୟଗତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories