www.samajalive.in
Saturday, December 6, 2025
23.1 C
Bhubaneswar

ନୋଟ ବଦଳରେ ଭୋଟ ମାମଲା: ସାଂସଦ, ବିଧାୟକଙ୍କୁ ମିଳିବନି ଆଶ୍ୱସ୍ତି

ନୂଆଦିଲ୍ଲୀ: ନୋଟ୍‍-ଭୋଟ୍‍ ମାମଲାରେ ଏକ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରମିକୋର୍ଟ । ୧୯୯୮ ନରସିଂହ ରାଓଙ୍କ ବିଚାରକୁ ରଦ୍ଦ କରିବା ସହ ସାଂସଦ ଓ ବିଧାୟକମାନଙ୍କୁ କୌଣସି ଆଇନଗତ ସୁରକ୍ଷା ଦେବାକୁ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ୭ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି । ଟଙ୍କା ନେଇ ଭୋଟ ଦେଲେ ଜନପ୍ରତିନିଧିଙ୍କ ଉପରେ ମାମଲା ରୁଜୁ ହୋଇପାରିବ । ସାଂସଦ ଏବଂ ବିଧାୟକମାନେ ସଂସଦ କିମ୍ବା ବିଧାନସଭାରେ ପ୍ରଶ୍ନ କରିବା ପାଇଁ ଲାଞ୍ଚ ନେଲେ ମଧ୍ୟ ମାମଲା ରୁଜୁ ହେବ । ଏସମ୍ପର୍କରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ଅର୍ଥାତ ଏହି ମାମଲାରେ ଏଣିକି ଆଉ ଜନପ୍ରତିନିଧିମାନଙ୍କୁ ଆଇନଗତ ସୁରକ୍ଷା ମିଳିପାରିବ ନାହିଁ । ଜନପ୍ରତିନିଧିଙ୍କ ଏଭଳି ଦୁର୍ନୀତି ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories