www.samajalive.in
Saturday, December 6, 2025
19.1 C
Bhubaneswar

ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା; ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର

ବାଙ୍ଗାଲୋର: କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରର ଲୋକପ୍ରିୟ ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ଏନେଇ ସୋମବାର ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ପୂର୍ବ ବାଙ୍ଗାଲୋରର ବ୍ରୁକଫିଲ୍ଡସ୍ଥିତ ରାମେଶ୍ୱରମ କାଫେରେ ମାର୍ଚ୍ଚ ୧ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାୟ ୯ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ।

ସିସିଟିଭି ଯାଞ୍ଚରୁ ଜଣାପଡ଼ିଛି ଯେ, ଟୋପି, ମାସ୍କ ଓ ଚଷମା ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ କାଫେ ଆଡ଼କୁ ଯାଉଥିବା ବ୍ୟକ୍ତି ଜଣକଙ୍କ ହିଁ ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ। ତେବେ ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତି ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

- Advertisement -

ସୂଚନାଯୋଗ୍ୟ, ବାଙ୍ଗାଲୋରର ରାମେଶ୍ୱରମ କାଫେରେ ଶୁକ୍ରବାର ରହସ୍ୟମୟ ବିସ୍ଫୋରଣ ଘଟିଥିଲା। ସେଠାରେ ଏକ ବ୍ୟାଗରେ ଥିବା କିଛି ସନ୍ଦିଗ୍ଧ ବସ୍ତୁରେ ବିସ୍ଫୋରଣ ଘଟି ପ୍ରାୟ ୯ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଏହା ଆଇଇଡି ବସ୍ଫୋରଣ ବୋଲି ଜଣାପଡ଼ିଥିଲା। ଜଣେ ବ୍ୟକ୍ତି ଆଇଇଡି ଥିବା ବ୍ୟାଗ୍‌ ଆଣି କାଫେରେ ରଖିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories