www.samajalive.in
Saturday, December 6, 2025
16.1 C
Bhubaneswar

୩ ମାସର ଶିଶୁକୁ ଚକ୍ଷୁ କର୍କଟ: ପିଲାର ଆଖିରେ ମା ଦେଖିଲା ଅଜବ ଚମକ

ସମାଜ ଡିଜିଟାଲ ଡେସ୍କ: ୩ ମାସର ଶିଶୁ କର୍କଟ ରୋଗରେ ପୀଡିତ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାତ୍ର ୩ମାସର ଶିଶୁ ପୁତ୍ରର ଆଖିରେ ଏକ ଅଦ୍ଭୁତ ପ୍ରକାର ଆଲୋକ ଦେଖିଥିଲେ ମା। ଏହାପରେ ମା ଜଣକ ସ୍ମାର୍ଟଫୋନର କ୍ୟାମେରା ମାଧ୍ୟମରେ ପିଲାଟିର ଆଖିକୁ ନିରିଖି ଦେଖିବା ପରେ ଜାଣିବାକୁ ପାଇଲେ ଯେ ଏହା ଏକ ବିରଳ କର୍କଟ ରୋଗ। ତେବେ ଠିକ୍‍ ସମୟରେ ସୂଚନା ପାଇବା ମାତ୍ରେ ପିଲାଟିକୁ ଉପଯୁକ୍ତ ଚିକିତ୍ସା କରାଯିବାରୁ ଜୀବନ ବଞ୍ଚିଯାଇଛି। ବ୍ରିଟିଶ ଗଣମାଧ୍ୟମ ସୂଚନା ଅନୁଯାୟୀ ଜଣେ ମା ସ୍ମାର୍ଟଫୋନ୍‍ କ୍ୟାମେରା ବ୍ୟବହାର କରି ପୁଅର ବିରଳ କର୍କଟ ରୋଗକୁ ଜାଣି ପାରିଥିଲେ। ସେହି ମା ଜଣକ ହେଲେ ସାରା ହେଜେଜ୍‍। ସାରା ନିଜର ତିନି ମାସର ଶିଶୁ ପୁତ୍ର ଥୋମାସ୍‍ଙ୍କ ଆଖିର ରେଟିନାରେ ବିଲେଇ ଆଖି ପରି ଚମକ ଦେଖିଥିଲେ। ଏହାପରେ ସେ ପରୀକ୍ଷା କରିବାରୁ ଜଣାପଡିଥିଲା ଯେ ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ରୋଗ। ଏହି ରୋଗ ବିଷୟରେ ସୂଚନା ପାଇବା ପରେ ଥୋମାସ୍‍ ଙ୍କ କେମୋଥେରାପି ଚିକିତ୍ସା କରାଯାଇଥିଲା। ମେ ମାସରେ କେମୋଥେରାପି ଶେଷ ହେବା ପରେ ଶିଶୁଟି ଏବେ ସୁସ୍ଥ ହୋଇଛି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories