www.samajalive.in
Saturday, December 6, 2025
16.1 C
Bhubaneswar

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ହାଇକୋର୍ଟଙ୍କ ଅଙ୍କୁଶ

ଭୁବନେଶ୍ୱର:ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟ ରୋକ ଲଗାଇଛନ୍ତି। କନିଷ୍ଠ ଶିକ୍ଷକ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ଧାର୍ଯ୍ୟ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯାଇପାରିବ । ଆସନ୍ତା ୨୦ ଏବଂ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇପାରିବ ।  ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ହାଇକୋର୍ଟରେ ଏକ ପିଟିସନ ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଓଡିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ଗୁରୁବାର ଓସେପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଭୁବନେଶ୍ବର ଲୋୟର ପିଏମଜିରେ ଆଶାୟୀମାନେ ଧାରଣା ଦେଇଥିଲେ। ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍‌ଅଫ୍ ତାଲିକା ପ୍ରକାଶ କରାଯାଇନଥିବାରୁ କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି , କଟ୍‌ଅଫ୍ ମାର୍କ କେତେ ରଖାଯାଇଛି , ତାହା ସାମ୍ନାକୁ ଅଣାଯାଉ ବୋଲି ଦାବି ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories