www.samajalive.in
Friday, December 5, 2025
26.1 C
Bhubaneswar

ଏହି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‌ ହେବେ – ଶନିବାର ରାଶିଫଳ

ମେଷ : ଜନସେବାକୁ ବୃତ୍ତିଭାବେ ଗ୍ରହଣ କରିପାରନ୍ତି। ଲୋକପୂଜ୍ୟ ହେବେ। ଚଞ୍ଚଳମନା ହୋଇପାରନ୍ତି। ଧନଶାଳୀ ହେବା ଆଶା କରାଯାଏ। ବିଦେଶ ଯାତ୍ରା ଯୋଗ ଅଛି। ଲୋଭୀ ଓ କ୍ଷଣକୋପୀ ହେବେ।
ବୃଷ : ଦେବ କାର୍ଯ୍ୟ ସମ୍ପାଦନ କରିବାରେ ଆଗ୍ରହୀ ହେବେ। ପରିଧାନ ଚିତ୍ରାବଳୀ ହୋଇପାରେ। ସହଧର୍ମିଣୀ ଆପଣଙ୍କ ଅନୁଗତ ହେବେ। ଧାତୁ ପଦାର୍ଥ ସଂଗ୍ରହରେ ଧନ ବ୍ୟୟ କରିପାରନ୍ତି। କୁତ୍ରିମକର୍ମା ହେବେ।
ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‌ ହେବେ। ପତ୍ନୀଙ୍କ ପ୍ରୀତି ପ୍ରେମପୂର୍ଣ୍ଣ ହେବ। ନବ ବସ୍ତ୍ର ପରିଧାନ ଯୋଗ ଅଛି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ପୁଷ୍ପା ଭରଣରେ ସମ୍ମାନିତ ହେବେ।
କର୍କଟ: ​‌ବକେ‌ୟା ପ୍ରାପ୍ୟ ମିଳିପାରେ। କ୍ଲାନ୍ତି ଦୂର ପାଇଁ ଆରାମ କରିପାରନ୍ତି। ବୃକ୍ଷ ରୋପଣରେ ଆଗ୍ରହୀ ହେବେ। ଘାଟ ନିଲାମ ନେଇ ଧନ ଅର୍ଜନ କରିପାରନ୍ତି। କୂପ ଖନନ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବେ।
ସିଂହ: ସ୍ବଧର୍ମ କ୍ରିୟା ସମ୍ପାଦନ କରିବା ସହିତ ପରଧର୍ମକୁ ମର୍ଯ୍ୟାଦା ଦେଇପାରନ୍ତି। ତୀର୍ଥ ସେବା ପାଇଁ ସାହାଯ୍ୟ ଦାନ କରିପାରନ୍ତି। ନିଜର ବଡ଼ପଣ ଥିଲେ ବି ଅତିଥିଙ୍କ ପାଖରେ ବିନୟଭାବ ପ୍ରଦର୍ଶନ କରିବେ।
କନ୍ୟା: ପତ୍ନୀ ସନ୍ତୁଷ୍ଟ କରିବାରେ ହେଳା ପ୍ରଦର୍ଶନ ନ କରି ତୁରନ୍ତ ସେବା ଯୋଗାଇ ଦେବାକୁ ପଡ଼ିବ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଅର୍ଜିତ ଧନକୁୁ ପତ୍ନୀକୁ ସମର୍ପଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ।
ତୁଳା : ପତ୍ନୀ ରୂପବତୀ ଓ ଗୁଣବତୀ ହେବେ। ଅର୍ଥ ଭଣ୍ଡାରର ଚାବି ପତ୍ନୀଙ୍କ ହାତରେ ରହିବ। ପଦାର୍ଥପ୍ରିୟା ସୁଖଦାଙ୍କ ମନସ୍କାମନା ପୂରଣ କରିବାକୁ ହେବ। ଧର୍ମଯୁକ୍ତା, ସ୍ବଚ୍ଛ ସନ୍ତାନଯୁକ୍ତା ଓ ବିନୀତା ହେବେ।
ବିଛା: ସତର୍କତାର ଦିନ। ଜୀବେଦୟା ପ୍ରତି ଆଗ୍ରହୀ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ।
ଧନୁ : ସ୍ବରୂପ ସୁନ୍ଦର ଓ ସତ୍‌ଚରିତ୍ରବାନ୍‌ ପୁତ୍ରଯୁକ୍ତ ହେବେ। ଶାରୀରିକ ଶକ୍ତିସମ୍ପନ୍ନ ଓ ଶତ୍ରୁହନ୍ତା ହେବା ଆଶା କରାଯାଏ। ସେବା ଧର୍ମକୁ ଆଦରି ନେଇପାରନ୍ତି। ସମ୍ମାନନୀୟ ଓ ପୁଜନୀୟ ହୋଇପାରନ୍ତି।
ମକର: ପିତୃ ସେବାରେ ବ୍ରତୀ ହୋଇ ଅଶେଷ କଲ୍ୟାଣର ଅଧିକାରୀ ହୋଇପାରନ୍ତି। ଜଳାଶୟ ଖନନ ଆଦି ଧର୍ମ କାର୍ଯ୍ୟ କରି ଜନସାଧାରଣଙ୍କର ଆସ୍ଥାଭାଜନ ହେବେ। କର୍ମତତ୍ପର ହେବେ।
କୁମ୍ଭ: ସମାଲୋଚକଙ୍କ ପ୍ରତି କ୍ଷମା ଆଚରଣ ଆପଣଙ୍କ ମହତ ପଣିଆର ନିଦର୍ଶନ ହେବ। ଉପକାରୀ ନିକଟରେ କୃତଜ୍ଞ ହେବା ଅନ୍ୟ ଏକ ସୁଗୁଣସମ୍ପନ୍ନ ଭାବ ପ୍ରଦର୍ଶନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମୀନ : ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଏପରିକି ଉପବାସ ସହି ଧନ ସଞ୍ଚୟ କରିବେ। ଧର୍ମ କ୍ରିୟାରେ ଓ ବିଦ୍ୟା ପ୍ରଭାବରେ ଧନ ଅର୍ଜନ କରିବାରେ ପାରଙ୍ଗମ ହେବେ। ବ୍ୟବସାୟରୁ ଲାଭବାନ୍‌ ହେବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories