www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀରାମଙ୍କ ୮ଟି ନାମ ଶିଶୁଙ୍କୁ ଦିଅନ୍ତୁ, ଶୁଭଫଳ ପ୍ରାପ୍ତି ହେବ

ଡେସ୍କ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀରାମଙ୍କ ଅନେକ ନାମର ମହତ୍ୱ ସମ୍ପର୍କରେ ପୂରାଣ ଗ୍ରନ୍ଥରେ ଦର୍ଶାଯାଇଛି । ରାମଲାଲାଙ୍କ ଅନେକ ନାମ ମଧ୍ୟରୁ ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସବୁ ନାମ, ଯାହାକି ସେମାନଙ୍କ ଜୀବନରେ ଶୁଭଫଳ ପ୍ରାପ୍ତି ହେବ ।

ରାଘବ
ରଘୁବଶଂରେ ଜନ୍ମ ଗ୍ରହଣ କରିଥିବାରୁ ପ୍ରଭୁ ଶ୍ରୀରାମଙ୍କୁ ରାଘବ କୁହାଯାଏ । ଏହି ନାମଟି ଆଧୁନିକ ମଧ୍ୟ, ଏବଂ ପିଲାଙ୍କୁ ଏହି ନାମ ଦେବା ଫଳରେ ଶୁଭଫଳ ପ୍ରାପ୍ତି ହେବ ।

- Advertisement -

ରାମା
ରାମ ଶଦ୍ଧରୁ ଆସିଛି ରାମା । ଯାହାର ଅର୍ଥ ସୁନ୍ଦର ଦେଖାଯିବା । ଆପଣଙ୍କ ପିଲା ସୁନ୍ଦର ଏବଂ ସ୍ମାର୍ଟ ହେବାକୁ ଚାହୁଁଥିଲେ ଏହି ନାମ ରଖନ୍ତୁ ।

ରମଣ
ଏହା ମଧ୍ୟ ଭଗବାନ ରାମଙ୍କର ଆଉ ଏକ ନାମ । ଯାହାର ଅର୍ଥ ସମସ୍ତଙ୍କ ମନକୁ ଛୁଇଁପାରୁଥିବା ବ୍ୟକ୍ତି ବିଶେଷ ।

ଶାସ୍ୱତ
ଏହି ନାମର ଅର୍ଥ ହେଉଛି ସବୁବେଳେ ସତ୍ୟ ପଥରେ ରହୁଥିବା ବ୍ୟକ୍ତି । ଶ୍ରୀରାମ ସବୁବେଳେ ସତ୍ୟପଥରେ ରହୁଥିବାରୁ ତାଙ୍କୁ ଶାସ୍ୱତ ନାମରେ ନାମିତ କରାଯାଇଥିଲା । ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଆପଣଙ୍କ ଶିଶୁଙ୍କୁ ଏହି ନାମ ଦିଅନ୍ତୁ ।

ବେଦାନ୍ତ
ଭଗବାନ ଶ୍ରୀରାମଙ୍କୁ ସବୁ ବେଦର ଜ୍ଞାନ ରହିଥିଲା । ଏଥିପାଇଁ ତାଙ୍କୁ ଏଭଳି ନାମ ମଧ୍ୟ ଦିଆଯାଇଥିଲା ।

ତ୍ରୀବିକ୍ରମ
ତିନି ଲୋକର ପାଳନାକର୍ତ୍ତା ଥିଲେ ଭଗବାନ ବିଷ୍ଣୁ । ଏଥିପାଇଁ ଶ୍ରୀରାମଙ୍କୁ ତ୍ରୀବିକ୍ରମ ନାମରେ ନାମିତ କରାଯାଇଛି । ଏହି ନାମ ଅପାଣଙ୍କ ପିଲାଙ୍କର ରଖିପାରିବେ ।

ଧନବି
ପ୍ରଭୁ ଶ୍ରୀରାମଙ୍କ ମୁଖ୍ୟ ଅସ୍ତ୍ର ହେଉଛି ଧନୁଷ । ଧନବୀର ଅର୍ଥ ହେଲା ଧନୁଷ ଧାରଣ କରିବା । ଏଥିପାଇଁ ଧନବୀ ନାମଟି ଅତ୍ୟନ୍ତ ଶୁଭ ।

ସୌମ୍ୟ
ଭଗବାନ ଶ୍ରୀରାମ ସବୁବେଳେ ଶାନ୍ତ ସ୍ୱଭାବର ଥିଲେ । ଏଥିପାଇଁ ରାମଙ୍କ ଅନେକ ନାମ ମଧ୍ୟରୁ ଏହି ନାମଟି ଅନ୍ୟତମ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories