www.samajalive.in
Saturday, December 6, 2025
15.1 C
Bhubaneswar

ଘୁମୁରା ଉତ୍ସବ – ଶେଷ ଦିନରେ ବଜାଶାଲ ଏବଂ ଘୁମୁରାରେ ଦୁଲକିଲା ଉତ୍ସବସ୍ଥଳୀ

ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରାର ଶେଷ ଦିନରେ ବଜାଶାଲ ଏବଂ ଘୁମୁରା ନୃତ୍ୟରେ ପ୍ରକମ୍ପିତ ହେଲା ଉତ୍ସବ ସ୍ଥଳୀ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷଦିନର ସାଂସ୍କୃତିକ ସଭାରେ ସିଆରପିଏଫ କମାଣ୍ଡଣ୍ଟ ପଙ୍କଜ ଚୌଧୁରୀ, ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଏଡିଏମ ତ୍ରିଲୋଚନ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ପ୍ରମୁଖ ଯୋଗଦେଇ କଳାକାର ସୃଷ୍ଟି ଦିଗରେ କଳାହାଣ୍ଡି ଉତ୍ସବ ଘୁମୁରା ସଫଳ ହେଇଛି ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାରେ ପର୍ଯ୍ୟଟନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ କଳାହାଣ୍ଡିର ପ୍ରସିଦ୍ଧ ଗୁର୍ଯିମୁଣ୍ଡାସ୍ଥିତ ଯୋଗମାୟା ଦୈବୀ ପୀଠର ମୋତିଲାଲ ବଗର୍ତ୍ତି ଏବଂ ଡୋକରୀ ଚାଞ୍ଚରା ଉନ୍ନୟନ ପରିଷଦ ପ୍ରମୁଖ ସଂଗଠନ, ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories