www.samajalive.in
Friday, December 12, 2025
27.1 C
Bhubaneswar

ମାଞ୍ଜା ସୂତାରେ କଟିଲା ବେକ, ନାବାଳକ ଗୁରୁତର

ବାଲେଶ୍ୱର: ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା କାଚଗୁଣ୍ଡ ମିଶା ମାଞ୍ଜା ସୂତା ବ୍ୟବହାର ପାଇଁ ରାଜ୍ୟ ସରକାର ବାରଣ କରିଥିଲେ ବି ବାଲେଶ୍ୱର ଜିଲା ପ୍ରଶାସନ ଏହାକୁ କଡ଼ାକଡ଼ି ଭାବେ ପାଳନ କରୁ ନଥିବା ଦେଖାଯାଇଛି। ସରକାରଙ୍କ ଘୋଷଣା ନାମାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବା ସଚେତନତା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ କି କାହାରି ଉପରେ କୌଣସି ଦଣ୍ଡବିଧାନ ବା କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ଘୋଷଣା କାଗଜ କଲମରେ ରହିଥିବା ବେଳେ ପ୍ରତିଦିନ ଗୁଡ଼ି ସୂତାରେ ଲୋକଙ୍କର ଜୀବନ ଯାଉ ଯାଉ ରହି ଯାଉଛି। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସହର ଉପକଣ୍ଠ ମଲ୍ଲିଶଂଶା ଖେଳପଡ଼ିଆ ନିକଟରେ।


ଆଜି (ବୁଧବାର) ସନ୍ଧ୍ୟାରେ ସାର ଗାଁ ଅଞ୍ଚଳର ଅବିନାଶ ମହାଲ (୬ ବର୍ଷ) ମାଞ୍ଜାଲଗା ଗୁଡ଼ିସୂତାରେ ଗୁରୁତର ଆହତ ହୋଇଛନ୍ତି। କୌଣସି କାମରେ ବାପା ଶଶୀକାନ୍ତ ଓ ମାଆଙ୍କ ସହିତ ଦୁମ୍‌ଦା ଯାଇଥିଲେ। ବାପା ଗାଡ଼ି ଚଲାଉଥିବା ବେଳେ ମାଆ ପଛରେ ବସିଥିଲେ ଓ ଅବିନାଶ ସାମ୍ନାରେ ବସିଥିଲେ। ଫେରିବା ବେଳେ ସଦର ଥାନା ଅନ୍ତର୍ଗତ ମଲ୍ଲିଶଂଶା ଖେଳ ପଡ଼ିଆ ନିକଟରେ କିଛି ପିଲା ଗୁଡ଼ି ଉଡ଼ାଉଥିଲେ। ହେଲେ କେହି କିଛି ବୁଝିବା ପୂର୍ବରୁ ଅବିନାଶ ଚିତ୍କାର କରିଥିଲେ ଓ ତାଙ୍କ ବେକରୁ ଧାରଧାର ରକ୍ତ ବୋହି ପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦେଖି ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରିଥିଲେ। ଏହି ଘଟଣା ନେଇ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଉଥିବା ପିଲାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ମିଳିତ ଏସଆଇଟି କରିବ ପଶ୍ଚିମବଙ୍ଗରେ ଇଡି ଉପରେ ଆକ୍ରମଣ ଘଟଣାର ଯାଞ୍ଚ

- Advertisement -

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories