www.samajalive.in
Friday, December 12, 2025
27.1 C
Bhubaneswar

ଓଡିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କର୍ମଶାଳା ଆୟୋଜିତ

ଡେସ୍କ: ଓଡିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଓୟୁଟିଆର), ଭୁବନେଶ୍ୱରରେ ଆଜି ଫାକଲ୍ଟି ଇଣ୍ଟରାକ୍ସନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିମନ୍ତ୍ରିତ ବକ୍ତା ଭାବେ ଏମଏନଆଇଟି, ଜୟପୁରର ନିର୍ଦ୍ଦେଶକ ପ୍ରଫେସର ନାରାୟଣ ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ। ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକମାନଙ୍କୁ ଉଦବୋଧନ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ, ପ୍ରଫେସର ପାଢ଼ୀ ‘Empowering Renewable Energy Integration: A Smart Grid’ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଆଇଆଇଟି, ରୁରର୍କିକୁ ଏନର୍ଜି ଏଫିସିଏଣ୍ଟ କ୍ୟାମ୍ପସରେ ପରିଣତ କରିବାରେ ତାଙ୍କ ଭୂମିକା ବିଷୟରେ କହିଥିଲେ। ଭବିଷ୍ୟତରେ ଓଡିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଓୟୁଟିଆର) ଓ ଓଡିଶାକୁ କିଭଳି ସ୍ଵ-ଶକ୍ତି ସମ୍ପନ୍ନରେ ପରିଣତ କରିବା ପାଇଁ ପ୍ରକଳ୍ପ ହାତକୁ ନେଇ ହେବ ଓ ଗବେଷଣା କରିହେବ, ସେ ସମ୍ପର୍କରେ କହିଥିଲେ। ଏହି ଅବସରରେ ପ୍ରଫେସର ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

- Advertisement -

ଏହି କର୍ମଶାଳାରେ ୧୫୦ରୁ ଅଧିକ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଓ ପ୍ରଫେସର ଲୋକନାଥ ତ୍ରିପାଠୀ ଏହି କର୍ମଶାଳା ପରିଚାଳନା କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories