www.samajalive.in
Tuesday, December 9, 2025
16.1 C
Bhubaneswar

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ମହିଳା ହିନସ୍ତା

ସିମୁଳିଆ: ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ଜଣେ ମହିଳାଙ୍କ ହଟହଟା ହୋଇଥିବା ଦେଖବାକୁ ମିଳିଛି। ସୂଚନାରୁ ପ୍ରକାଶ, ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ବରି ପଂଚାୟତ ମାଗୁରଗଡ଼ିଆ ଗ୍ରାମର ବିଶ୍ବରଞ୍ଜନ ବେହେରାଙ୍କ ପତ୍ନୀ ମନୋରମା ବେହେରା(୩୩) ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଜାନୁଆରୀ ୨୦୨୨ରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ। ମାତ୍ର ଦୁଇ ତିନି ମାସ ପରେ ଅସ୍ତ୍ରୋପଚାର ସଫଳ ହୋଇ ନ ଥିବା ଜାଣିବାକୁ ପାଇଥିଲ । ଏ ସଂକ୍ରାନ୍ତରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୋଗ କରିଥିଲେ। ଅସ୍ତ୍ରୋପଚାର ସଫଳ ହୋଇ ନ ଥିବାରୁ ପୁନର୍ବାର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ମନୋରମା ଏକ ଘରୋଇ ମେଡିକାଲରେ ଅସ୍ତ୍ରୋପଚାର କରିଥିଲେ। ହେଲେ ସରକାରଙ୍କ ତରଫରୁ ବୀମା ଟଙ୍କା ପାଇବା ପାଇଁ ବ୍ୟବସ୍ଥା ଥିବାବେଳେ ଦୁଇ ବର୍ଷ ଧରି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ମନୋରମା। ତୁରନ୍ତ ବୀମା ଟଙ୍କା ଯୋଗାଇ ଦେବାକୁ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ସିମୁଳିଆ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସନ୍ତୋଷ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତୁରନ୍ତ ସମାଧାନ ହୋଇଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories