www.samajalive.in
Thursday, December 11, 2025
13.1 C
Bhubaneswar

ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନ ଆକାଶ ସୀମା ଉଲ୍ଲଂଘନ କରିବା ପରେ ଇସଲାମାବାଦ ଆଜି (ବୁଧବାର) ଇରାନର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଏହା ଛଡା ତେହେରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଫେରାଇ ଆଣିବା ବିଷୟ ଘୋଷଣା କରିଛି।

ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମୁମତାଜ ଜାହରା ବାଲୋଚ କହିଛନ୍ତି ଯେ ପାକିସ୍ତାନ ଇରାନରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଏବଂ ବର୍ତ୍ତମାନ ଇରାନ ଗସ୍ତରେ ଥିବା ଇରାନ ରାଷ୍ଟ୍ରଦୂତ ଏବେ ଫେରି ପାରିବେ ନାହିଁ।

୬୦ ଦିନରେ ୧୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

- Advertisement -

ତେହେରାନ ପାକିସ୍ତାନ ସୀମା ମଧ୍ୟରେ ଥିବା ଏକ ଆତଙ୍କବାଦୀ ଆଡ୍ଡା ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହ ଆକ୍ରମଣ କରିବା ପରେ ଏଭଲିମ ପରିସ୍ଥିତି ଉପୁଜିଛି। ଏହି ଆକ୍ରମଣକୁ ପାକିସ୍ତାନ ତାର ସାର୍ବଭୌମତ୍ୱର ଲଙ୍ଘନ ବୋଲି କହିବା ସହ ଜାତିସଂଘ ଦ୍ୱାରା ଗୃହୀତ ନୀତିର ଉଲ୍ଲଂଘନ ବୋଲି କହିଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମୁମତାଜ ଜାହରା ବାଲୋଚ କହିଛନ୍ତି, ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ଏହାର କୌଣସି ଯଥାର୍ଥତା ନାହିଁ। ପାକିସ୍ତାନ ଏହି ବେଆଇନ କାର୍ଯ୍ୟର ଜବାବ ଦେବାର ଅଧିକାର ରଖିଛି। ଏହାର ପରିଣାମ ପାଇଁ ଇରାନ ଦାୟୀ ରହିବ। ଏହା ବ୍ୟତୀତ ଆଗାମୀ ଦିନରେ ପାକିସ୍ତାନ ଏବଂ ଇରାନ ମଧ୍ୟରେ ଚାଲିଥିବା କିମ୍ବା ଯୋଜନା କରାଯାଇଥିବା ସମସ୍ତ ଉଚ୍ଚ ସ୍ତରୀୟ ଗସ୍ତକୁ ସ୍ଥଗିତ ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି।

ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories