www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ , କେଉଁ କାରଣରୁ ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଏ

ଯେକୌସି ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଘରେ ଲୋକେ ଦହି ଓ ଚିନି ଖାଇବା ପାଇଁ କହିଥାଆନ୍ତି। ସଭିଏଁ ମଧ୍ୟ ଖାଇଥାଆନ୍ତି। ମାତ୍ର ଆପଣ ଏହି କଥା ପ୍ରତି ଧ୍ୟାନ ଦେଇ ନଥିବେ ଏପରି କେଉଁ କାରଣରୁ କରାଯାଇଥାଏ। ହିନ୍ଦୁଧର୍ମ ଅନୁଯାୟୀ ପାଞ୍ଚଟି ଦ୍ରବ୍ୟକୁ ଅମୃତ ବୋଲି ମାନ୍ୟତା ରହିଛି। ପାଞ୍ଚଟି ଦ୍ରବ୍ୟ ମଧ୍ୟରୁ ଦହି ଗୋଟିଏ ବୋଲି କୁହାଯାଏ।
ମାନ୍ୟତା ରହିଛି ଯେ, କାର୍ଯ୍ୟକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇ ଯିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। କାର୍ଯ୍ୟରେ ଯିବା ପୂର୍ବରୁ ଦହି ଓ ଚିନି ଖାଇବା ଦ୍ୱାରା ନିରାଶା ମିଳିନଥାଏ ଓ ଯେଉଁ କାର୍ଯ୍ୟରେ ବ୍ୟକ୍ତି ଯାଇଥାଏ, ଶୁଭ ଖବର ନେଇ ମଧ୍ୟ ଫେରିଥାଆନ୍ତି।
ଦହି ଓ ଚିନି ଖାଇବା ଦ୍ୱାରା ଶରୀରରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ବ୍ୟକ୍ତି ମଧ୍ୟରେ ସକରାତ୍ମକ ଶକ୍ତି ଆସିଥାଏ। କାର୍ଯ୍ୟ କରିବା ପାଇଁ ଇଚ୍ଛା ଶକ୍ତି ଆସିଥାଏ। ଫଳରେ କାର୍ଯ୍ୟରେ ସଫଳତା ମିଳେ। କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହୋଇଥାଏ। ଜୀବନରେ ସଫଳତା ମିଳିବା ପାଇଁ ନୂଆ ସୁଯୋଗ ମିଳିଥାଏ।
ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଦହି ଓ ଚିନି ଖାଇବାର ଲାଭ ବିଷୟରେ ଉଲ୍ଲେଖ ରହିଛି। ଦହିର ରଙ୍ଗ ଧଳା ଅଟେ। ଧଳା ରଙ୍ଗର କାରକ ଚନ୍ଦ୍ରମା ଅଟନ୍ତି। ତେଣୁ ଦହି ଓ ଚିନି ଖାଇବା ଦ୍ୱାରା ଜାତକରେ ଚନ୍ଦ୍ରମାର ସ୍ଥିତି ଭଲ ରହିଥାଏ। ଫଳରେ ସଫଳତା ମିଳେ। ଦହି ଓ ଚିନି ଖାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories