www.samajalive.in
Saturday, December 6, 2025
15.1 C
Bhubaneswar

ତେଲେଙ୍ଗାନା ଓ ରାଜସ୍ଥାନରେ ଭୋଟ ଗ୍ରହଣ ଜାରି

ଭୁବନେଶ୍ୱର: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ​‌ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ରାଜସ୍ଥାନରେ ୧୯୯ ଆସନ ଏବଂ ତେଲେଙ୍ଗାନାରେ ୧୧୯ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଲେଙ୍ଗାନା ୧୧୯ଟି ଆସନ ପାଇଁ ସକାଳ ୭ଟାରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୩ଟି ଆସନ ଥିବା ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ଆସନ ପାଇଁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ । ସେହିପରି ରାଜସ୍ଥାନରେ ସକାଳ ୮ଟାରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ଚାଲିଥିବା ବେଳେ ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ଜାରି ରହିଛି । ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଇଭିଏମ୍ ଏବଂ ଭିଭିପାଟ ମେସିନ ଖରାପ ହେବାର ସୂଚନା ମିଳିଛି । ଏଥିଯୋଗୁଁ କେତେକ ସ୍ଥାନରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମେସିନ ପରିବର୍ତ୍ତନ କରାଯାଇଥିଲା। କେତେକ ବୁଥରେ ମତଦାନ ପାଇଁ ଭିଆଇପି ନେତାମାନେ ପହଞ୍ଚି ଥିବା ବେଳେ ଇଭିଏମ୍ ଏବଂ ଭିଭିପାଟ ମେସିନ ଖରାପ ହେବା କାରଣରୁ ସେମାନଙ୍କୁ ଅପେକ୍ଷା କରିବାକୁ ପଡିଥିଲା।

- Advertisement -

ରାଜସ୍ଥାନ ପୂର୍ବ ବିକାନେର ବୁଥ ନମ୍ବର ୧୭ରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମେଘବାଳ ଭୋଟ ଦେବାକୁ ପହଞ୍ଚିଥିଲେ । ହେଲେ ଇଭିଏମ୍ ଖରାପ ହେବା କାରଣରୁ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ସେହିପରି ଜାଲୋର ଅନ୍ତର୍ଗତ ଅହୋରର ୨୫୩ ଏବଂ ୨୫୪ ନମ୍ବର ବୁଥରେ ଇଭିଏମ୍ ଖରାପ ହେବା କାରଣରୁ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏହି ଦୁଇଟି ବୁଥରେ ଇଭିଏମ୍ ଖରାପ ହେବା କାରଣରୁ ମତଦାନ ପ୍ରକ୍ରିୟା ବନ୍ଦ ରହିଛି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ, ମିଜୋରମ ଏବଂ ଛତିଶଗଡରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ପାଞ୍ଚଟି ରାଜ୍ୟରେ ଡିସେମ୍ବର ୧୧ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories