www.samajalive.in
Friday, December 5, 2025
17.1 C
Bhubaneswar

ଭାରତ ଯୋଡ ନ୍ୟାୟ ଯାତ୍ରା: ରାହୁଲଙ୍କୁ ନିର୍ବାଚନରେ ଫାଇଦା ଦେବ କି?

ନୂଆଦିଲ୍ଲୀ:  ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସର ଅପେକ୍ଷା । ଏହା ପୂର୍ବରୁ ସବୁ ଦଳର ନେତାମାନେ ଆରମ୍ଭ କରିଛନ୍ତି କସରତ । ନିର୍ବାଚନରେ ଭୋଟରଙ୍କୁ ନିଜ ଆଡକୁ ଟାଣିବା ଲାଗି ‘କଂଗ୍ରେସ ଭାରତ ଯୋଡ ଯାତ୍ରା’ ପରେ ଏବେ ଆରମ୍ଭ କରିଛି ‘ଭାରତ ଯୋଡ ନ୍ୟାୟ ଯାତ୍ରା’ । ଦଳର ନେତା ରାହୁଲ ଗାନ୍ଧୀ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୬ହଜାର ୭ଶହ କିଲୋମିଟର ଅତିକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି । ରାହୁଲଙ୍କ ଏହି ୬୬ ଦିନିଆ ଯାତ୍ରାରେ ୧୦୦ଟି ଲୋକସଭା ସଂସଦ ନିର୍ବାଚନମଣ୍ଡଳୀ ଏବଂ ୧୫ଟି ରାଜ୍ୟର ୩୩୭ ବିଧାନସଭା ନିର୍ବାଚନମଣ୍ଡଳୀକୁ ବସ ଏବଂ ଚାଲି ଚାଲି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ମଣିପୁରର ରାଜଧାନୀ ଇମ୍ଫାଲ ନିକଟ ଥୋବାଲ ଜିଲାରୁ କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରବିବାର ଏକ ବିଶାଳ ସମାବେଶରେ ରାହୁଲ କହିଛନ୍ତି ମଣିପୁର ଯେଉଁ କଷ୍ଟ ଓ ଯନ୍ତ୍ରଣା ସହିଛି, ତାହା ଆମେ ବୁଝିପାରୁଛୁ । ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଶାନ୍ତି, ପ୍ରେମ ଏକତା ଫେରାଇ ଆଣିବୁ । ଯେଉଁଥିପାଇଁ ଏହି ରାଜ୍ୟ ଜଣାଶୁଣା ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ୨୦୨୨ ସେପ୍ଟେମ୍ବରରୁ ୨୦୨୩ ପର୍ଯ୍ୟନ୍ତ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରା କରିଥିଲେ । ଏବେ ଭାରତ ଯୋଡ ନ୍ୟାୟ ଯାତ୍ରା ରାହୁଲଙ୍କୁ ଆଗାମି ସାଧାରଣ ନିର୍ବାଚନରେ ଫାଇଦା ଦେବ କି ବୋଲି ପ୍ରଶ୍ନ ଉଠିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories