ଛାତ୍ରୀ ଶୁକ୍‌‌ତାରାଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝରଗଡ଼଼: ଚଳିତମାସ ୯ରୁ ୧୨ତାରିଖ ୪ଦିନ ଧରି ବିକେଆଇଟିଏମ୍‌‌ କୋଲକତାରେ ଅନୁଷ୍ଠିତ ପୂର୍ବଭାରତ ବିଜ୍ଞାନ ମେଳା-୨୦୨୪ରେ କେନ୍ଦୁଝର ସଦର ବ୍ଲକ ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସନ୍ତମଶ୍ରେଣୀ ଛାତ୍ରୀ ଶୁକତାରା ସେଖ୍‌‌ଙ୍କ ବିଜ୍ଞାନ ପ୍ରକଳ୍ପ ‘ସ୍ମାର୍ଟ ଷ୍ଟିକ’ ବିଚାରକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ପୁରସ୍କୃତ ହୋଇଛି। ବିଜ୍ଞାନଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପ୍ରସ୍ତୃତ ଏହି ପ୍ରକଳ୍ପ ପୂର୍ବଭାରତ ବିଜ୍ଞାନ ମେଳାରେ ବେଶ୍‌‌ ପ୍ରଶଂସିତ ହୋଇଛି। ଏହି ଅବସରରେ ଶନିବାର ବିଦ୍ୟାଳୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନାମଣ୍ଡଳୀ ଉପସ୍ଥିତ ରହି ଛାତ୍ରୀ ଶୁକତାରାଙ୍କୁ ଓ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିିତ କରିଥିଲେ।

Comments are closed.