www.samajalive.in
Sunday, December 7, 2025
26.1 C
Bhubaneswar

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରେଳମନ୍ତ୍ରୀ

ବାଲେଶ୍ୱର: ଶନିବାର ଜିଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ। ଜିଲାରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ଏହାପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଛନ୍ତି ଅଶ୍ୱିନୀ ବୈଷ୍ଣବ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାଂସଦ ପ୍ରତାପ ଷଡଙ୍ଗୀ ଯୋଗ ଦେଇଛନ୍ତି। ନୀଳଗିରି ଗୋପୀନାଥପୁର ଠାରେ ନୂଆ ରେଲୱେ ଷ୍ଟେସନ ଶୁଭାରମ୍ଭ ଓ ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସେହିପରି ବେତନଟୀ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ନୀଳଗିରିକୁ ପାସେଞ୍ଜର ଟ୍ରେନ୍ର ଉଦଘାଟନ କରିବେ। ଯାହାକି ନୀଳଗିରିବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ଥିଲା। ଶନିବାର ଗୋପୀନାଥପୁର ଠାରେ ନୂଆ ରେଳଷ୍ଟେସନକୁ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ। ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories