www.samajalive.in
Saturday, December 6, 2025
14.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ନେପାଳର ବୁଦ୍ଧ ବୟ

ନୂଆଦିଲ୍ଲୀ : ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି ନେପାଳର ବୁଦ୍ଧ ବୟ । ଆଧ୍ୟାତ୍ମିକ ନେତା ରାମ ବାହାଦୂର ବୋମଜନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଦିନଥିଲା ଲୋକ ତାଙ୍କୁ ବୁଦ୍ଧଙ୍କର ଅବତାର ବୋଲି ମାନୁଥିଲେ । କିନ୍ତୁ ଏବେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ କାଠମାଣ୍ଡୁରୁ  ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ବେଳେ ତାଙ୍କ ନିକଟରୁ ୨୨୫ ହଜାର ଡଲାର ନେପାଳୀ ମୁଦ୍ରା  ଓ ୨୨ ହଜାର ୫୦୦ ବିଦେଶୀ ମୁଦ୍ରା ଜବତ ହୋଇଛି। ଦୀର୍ଘ ଦିନରୁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇ ଆସୁଥିଲା।

୨୦୧୦ ମସିହାରେ ସେ କିଛି ଲୋକଙ୍କୁ ମାରପିଟ୍ କରିବା ସହ ନିଜ ଆଶ୍ରମରେ ଜଣେ ନାବାଳିକାକୁ ବଳାତ୍କାର କରିବାର ଅଭିଯୋଗ ଆସିଥିଲା। ଏହାପରେ ସେ ଦୀର୍ଘ ଦିନ ଧରି ଫେରାର ଥିଲେ। ପୁଲିସ ତାଙ୍କୁ ଖୋଜୁଥିଲା। ମାତ୍ର ଗୁରୁବାର କାଠମାଣ୍ଡୁରୁ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗତ ବର୍ଷ ତାଙ୍କ ଆଶ୍ରମରୁ ୪ଜଣ ଶ୍ରଦ୍ଧାଳୁ ନିଖୋଜ ହୋଇଯାଇଥିବା ଖବର ଆସିଥିଲା। ହେଲେ ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କର କୌଣସି ପତ୍ତା ପାଇ ପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories