www.samajalive.in
Saturday, December 6, 2025
26.1 C
Bhubaneswar

ଖୁସି ଖବର! ଏବର୍ଷ ସର୍ବାଧିକ ବଢିବ ଭାରତୀୟଙ୍କ ଦରମା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଏକ ଭଲ ଖବର ଅଛି। ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର କାରଣ ହେଉଛି ବିଶ୍ବବ୍ୟାପୀ ଅର୍ଥନୈତିକ ମନ୍ଥରତା ମଧ୍ୟରେ ଅନ୍ୟ ଦେଶ ତୁଳନାରେ ଭାରତର ଅର୍ଥନୀତି ଅଧିକ କୋହଳ ରହିଛି। କର୍ଣ୍ଣ ଫେରୀ ନାମକ ସଂସ୍ଥା ଦ୍ୱାରା ଏକ ସର୍ବେକ୍ଷଣରେ କୁହାଯାଇଛି ଯେ, ଇଣ୍ଡିଆ ଇଙ୍କ୍‌ରେ ୨୦୨୪ରେ ହାରାହାରି ୯.୭% ବେତନ ବୃଦ୍ଧି ହୋଇପାରେ, ଯାହାକି ଗତ ବର୍ଷ ୯.୫% ଥିଲା। ଏହି ଅଭିବୃଦ୍ଧିର ଅନ୍ୟ ଏକ କାରଣ ହେଉଛି, କମ୍ପାନୀଗୁଡିକ ମୁଖ୍ୟ ତଥା ଗୁରୁତ୍ବପୂର୍ଣ୍ଣ ପ୍ରତିଭା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହ ଖର୍ଚ୍ଚ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ବିଶ୍ୱ ଅର୍ଥନୀତିରେ ଭାରତ ଏକ ଉଜ୍ଜ୍ୱଳ ତାରକା-

- Advertisement -

ସର୍ବେକ୍ଷଣ ଅନୁସାରେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୦୨୪ରେ ୬.୭% ହାରାହାରି ବେତନ ବୃଦ୍ଧି(୨୦୨୩ରେ ୬.୮%) ସହ ଭିଏତନାମ ଦ୍ବିତୀୟ ସ୍ଥାନରେ ରହିଛି, ଏହାପରେ ୬.୫%(ଗତ ବର୍ଷ ୬.୪%) ସହ ଇଣ୍ଡୋନେସିଆ ରହିଛି। ଜାପାନର କର୍ମଚାରୀମାନଙ୍କର ସବୁଠାରୁ କମ୍‌ ୨.୫% (ଗତ ବର୍ଷ ୨.୭%) ଦରମା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଇକୋନୋମିକ୍‌ ଟାଇମ୍ସ ଖବର ମୁତାବକ, କର୍ଣ୍ଣ ଫେରୀର ଚେୟାରମ୍ୟାନ୍ ତଥା ଆଞ୍ଚଳିକ ପରିଚାଳନା ନିର୍ଦ୍ଦେଶକ ନବନୀତ ସିଂହ କହିଛନ୍ତି ଯେ, ବୈଶ୍ୱିକ ଅର୍ଥନୀତିରେ ଭାରତ ଏକ ଉଜ୍ଜ୍ୱଳ ତାରକା ଏବଂ ବୈଶ୍ୱିକ ଅର୍ଥନୈତିକ ମନ୍ଥରତା ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ଅନ୍ୟମାନଙ୍କଠାରୁ ଆଗରେ ରହିବ ବୋଲି ଆଶା କରାଯାଉଛି।

କେଉଁ ସେକ୍ଟରରେ ସର୍ବାଧିକ ଏବଂ ସର୍ବନିମ୍ନ ବୃଦ୍ଧି ହେବ-

ନବନୀତଙ୍କ କହିବା ଅନୁସାରେ, ଭାରତୀୟ କମ୍ପାନୀମାନେ ଏବେ ମଧ୍ୟ ବିକାଶ ପଥରେ ଅଛନ୍ତି ଏବଂ ପ୍ରତିଭାର ଘୋର ଅଭାବ ରହିଛି। ଏଭଳି ପରିସ୍ଥିତିରେ ପ୍ରତିଭାର ଆବଶ୍ୟକତା ବଜାୟ ରଖିବା ପାଇଁ ଭଲ ବେତନ ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି। ୨୦୨୪ରେ ଆର୍ଥିକ ସେବା, ବୈଶ୍ବିକ ଦକ୍ଷତା କେନ୍ଦ୍ର(ଜିସିସି) ଏବଂ ଉତ୍ପାଦ କମ୍ପାନୀ, ରାସାୟନିକ ପଦାର୍ଥ, ଶିଳ୍ପ ସାମଗ୍ରୀ ଏବଂ ଖୁଚୁରା ଶିଳ୍ପରେ ୧୦% ସର୍ବାଧିକ ବେତନ ବୃଦ୍ଧି ଆଶା କରାଯାଉଛି। ଅପରପକ୍ଷେ, ଆଇଟି ସେବା କ୍ଷେତ୍ରରେ ସର୍ବନିମ୍ନ ୭.୮% ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories