www.samajalive.in
Saturday, December 13, 2025
27.1 C
Bhubaneswar

ଲାକ୍ଷାଦ୍ବୀପରେ ନିର୍ମାଣ ହେବ ମିଲିଟାରୀ ବିମାନ ବନ୍ଦର

ନୂଆଦିଲ୍ଲୀ : ଭାରତ-ମାଳଦ୍ବୀପ ବିବାଦ ଏବେ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଲାକ୍ଷାଦ୍ବୀପ ମିନିକଏ ଆଇଲ୍ୟାଣ୍ଡରେ ଏକ ନୂତନ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି । ଯାହା ଭାରତକୁ ଆରବ ସାଗର ଏବଂ ଭାରତ ମହାସାଗର ଉପରେ ନଜର ରଖିବାରେ ରଣନୀତିଗତ ଭାବେ ସାହାଯ୍ୟ କରିବ। ବର୍ତ୍ତମାନ ଲାକ୍ଷାଦ୍ୱୀପ ନିକଟରେ କେବଳ ଗୋଟିଏ ଏୟାରଷ୍ଟ୍ରିପ୍ ରହିଛି । ଯାହାକି ଅଗାତି ଦ୍ୱୀପ ଉପରେ ରହିଛି । ହେଲେ ସେଠାରେ ବର୍ତ୍ତମାନ ସବୁ ପ୍ରକାର ବିମାନ ଲ୍ୟାଣ୍ଡ କରିପାରୁନି ।

ତେଣୁ ନୂଆ ବିମାନବନ୍ଦର ହେଲେ ଲାକ୍ଷାଦ୍ୱୀପର ପର୍ଯ୍ୟଟନକୁ ଏକ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି ।  ମିନିକଏ ଦ୍ୱୀପରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ସରକାର ପୂର୍ବରୁ ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏହି ପ୍ରସ୍ତାବକୁ ପରିବର୍ତ୍ତନ କରିବା ସହ ଏହାକୁ ମିଳିତ ବିମାନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷାଦ୍ବୀପ ଗସ୍ତ କରିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।  ବର୍ତ୍ତମାନ ଲାକ୍ଷାଦ୍ବୀପକୁ ପର୍ୟ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories