www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ବର : ଭୁବନେଶ୍ବର ମହାନଗରରେ ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବିଏମସି ପକ୍ଷରୁ ଏହା ଆରମ୍ଭ କରାଯିବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସୂଚନା ଦେଇଛନ୍ତି। ମଞ୍ଚେଶ୍ବର ଅଞ୍ଚଳରେ ଥିବା ଡଗ୍ କେନେଲରେ ବନ୍ଧ୍ୟାକରଣ କରାଯିବ । ହାଇକୋର୍ଟଙ୍କ ରହିତାଦେଶ ପରେ ଜୁଲାଇ ୬ତାରିଖରୁ ବନ୍ଧ୍ୟାକରଣ ବନ୍ଦ ଥିଲା।

ସୋମବାର ହାଇକୋର୍ଟ ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଥିଲେ। କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ଉଠାଇ ଦେଇଥିଲେ । ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମ୍‌ସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories