www.samajalive.in
Tuesday, December 9, 2025
26.1 C
Bhubaneswar

ଖୁବ୍ ଶୀଘ୍ର ବଧୂ ସାଜିବେ ରକୁଲ ପ୍ରୀତ୍ ସିଂହ !

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂହ । ରକୁଲଙ୍କର ନିଖୁଣ ଅଭିନୟ ଏବଂ ହଟକେ ଅନ୍ଦାଜ ସବୁବେଳେ ତାଙ୍କୁ ଦର୍ଶକଙ୍କ ମନରେ ବାନ୍ଧି ରଖେ । ଦୀର୍ଘ ଦିନ ଧରି ରକୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ରକୁଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ନିଜ ବୟଫ୍ରଣ୍ତ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭାଗ୍‌ନାନୀଙ୍କୁ ବିବାହ କରିପାରନ୍ତି । ଆସନ୍ତା ଫେବ୍ରୁଆରୀ ୨୨ରେ ଉଭୟ ଗୋଆରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

୨୦୨୧ ମସିହାଠାରୁ ଉଭୟ ପ୍ରେମ ସମ୍ପର୍କରେ ରହିଛନ୍ତି । ଗତ ଜାନୁଆରୀ ୨ ତାରିଖରେ ଉଭୟ ନୂଆବର୍ଷ ପାଳନ କରି ମୁମ୍ବାଇ ଫେରୁଥିବାବେଳେ ଦୁହିଁଙ୍କୁ ମୁମ୍ବାଇ ବିମାନ ବନ୍ଦର‌ରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ଜ୍ୟାକି ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ରକୁଲ ଏକ ବ୍ୟାଗି ବ୍ଲୁ ଡେନିମ୍ ଜିନ୍ସ , ମିକି ମାଉସ୍‌ ପ୍ରିଣ୍ଟ୍‌ ଟି-ସର୍ଟ ସହ ବ୍ଲାକ୍‌ ଜ୍ୟାକେଟ୍‌ରେ ନଜର ଆସିଥିଲେ। କେବଳ ନିଜର ବିବାହ ନୁହେଁ ଆଗାମୀ ଫିଲ୍ମ ‘ଆୟାଲ୍ଲାନ’କୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି ରକୁଲ ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories