www.samajalive.in
Sunday, December 7, 2025
23.1 C
Bhubaneswar

ମାଲକାନଗିରି ବିମାନ ବନ୍ଦର : ସଫଳତାର ସହ ଅବତରଣ କଲା ପ୍ରଥମ ପରୀକ୍ଷଣ ବିମାନ

ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର ଲୋକଙ୍କ ଜୀବନରେ ଆହୁରି ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।


ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦର ଲୋକାର୍ପିତ ହେବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ପରୀକ୍ଷାମୂଳକ ଭାବେ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରିଥିଲା ଭିଟି-୧୦୦ ବିମାନ । ଟ୍ରାଏଲ ରନ୍ ସଫଳ ହୋଇଥିବା ନେଇ ସୂଚନା ଦେଇଥିଲେ ପାଇଲଟ୍ ଓ ଡିଜିସିଏ ଅଧିକାରୀ ।

- Advertisement -

୧୬୨୦ ମିଟର ବିଶିଷ୍ଟ ମାଲକାନଗିରି ଏୟାର ପୋର୍ଟରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବ ବୋଲି ପାଇଲଟ କହିଥିଲେ । ଯାହା ରାଜ୍ୟର ଜୟପୁର ଓ ଉଦକେଲାଠାରୁ ମଧ୍ୟ ବଡ ବୋଲି ଜଣାପଡିଛି । ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ବିଶିଷ୍ଟ ରନନ୍ ୱେ ରହିଛି ।

ଆବଶ୍ୟକ ସ୍ଥଳେ ଏହାକୁ ତିନି କିଲୋମିଟର ପର୍ୟ୍ୟନ୍ତ ସଂପ୍ରସାରଣ କରାଯାଇପାରିବ । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଏୟାରପୋର୍ଟ ନିର୍ମାଣ ହୋଇଛି । ବିମାନ ବନ୍ଦରର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କରିଛନ୍ତି । ତେବେ ଆଗାମି ଦିନରେ ଏହା କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ ହେବ ବୋଲି ଜଣାପଡିଛି ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories