www.samajalive.in
Friday, December 12, 2025
14.1 C
Bhubaneswar

ସମ୍ବଲପୁର ଜେଲ୍‍ ଯିବ ଟିଟୋ

କଟକ : କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍‍ ଅଲ୍ଲୀ ଓରଫ ଟିଟୋଙ୍କୁ ସମ୍ବଲପୁର ଜେଲକୁ ପଠାଯିବ। ସେ ବର୍ତ୍ତମାନ କେନ୍ଦ୍ରାପଡା ଉପ-କାରାଗାରରେ ଜଣେ ବିଚାରଧିନ କଏଦୀ ଭାବେ ଅଛି। ଏହି ଜେଲ ଭିତରେ ରହି ଟିଟୋ ବହୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାନେଇ ପୁଲିସ ହାତରେ ପ୍ରମାଣ ଲାଗିଥିବା ଜଣାପଡିଛି। ଏଠାରେ ଆଉ ଅଧିକ ଦିନ ରହିଲେ ସେ ପ୍ରମାଣ ନଷ୍ଟ କରିବାର ଯଥେଷ୍ଟ ସମ୍ବାବନା ରହିଛି। ଏହାଛଡ଼ା ତଦନ୍ତରେ ମଧ୍ୟ ବାଧା ଉପୁଜିବା ନେଇ ଆଶଙ୍କା ରହିଛି। ସେହିପରି କେନ୍ଦ୍ରାପଡ଼ାର ଅନ୍ୟତମ ଗ୍ୟାଙ୍ଗଷ୍ଟର ହାଇଦର ବର୍ତ୍ତମାନ ବଲାଙ୍ଗୀର ଜେଲ୍‍ରେ ରହିଛି। ଏ ସବୁକୁ ଦୃଷ୍ଟିରେ ଟିଟୋକୁ କେନ୍ଦ୍ରାପଡ଼ା ଉପ-କାରାଗାରରୁ ସମ୍ବଲପୁର କାରାଗାରକୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡିଛି।
ସୂଚନାଥାଉକି, ଚଳିତବର୍ଷ ଜୁନ୍‍ ୩୦ରେ ଟିଟୋକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଦଳ୍‍ ଚଣ୍ଡୀଖୋଲ ଅଞ୍ଚଳରେ ଏନ୍‍କାଉଣ୍ଟର କରିଥିଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories