www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ‘ମେଇଜୁ ସି-୯’

ନୂଆଦିଲ୍ଲୀ : ଆପଣ କୌଣସି ଏକ ସସ୍ଥା ସ୍ମାର୍ଟଫୋନର ଅପେକ୍ଷାରେ ଅଛନ୍ତି କି? ତେବେ ଆପଣଙ୍କ ପାଇଁ ଆମେ ଗୋଟିଏ ଖୁସି ଖବର ଆଣିଛୁ। ଏବେ ଭାରତୀୟ ବଜାରକୁ ପ୍ରବେଶ କରିଛି ଏଭଳି ଏକ ସ୍ମାର୍ଟଫୋନ ଯାହାକୁ ଆପଣ କମ୍‍ ମୂଲ୍ୟରେ କିଣିପାରିବେ। ଏହାର ମୂଲ୍ୟ ମାତ୍ର ୨,୭୯୯ଟଙ୍କା। ସବୁଠାରୁ ଖୁସିର କଥା ହେଉଛି ଏହି ଫୋନରେ ୧୩ମେଗାପିକ୍ସେଲର କ୍ୟାମେରା ରହିଛି। ଚୀନର ସ୍ମାର୍ଟଫୋନ କମ୍ପାନୀ ‘ମେଇଜ’ୁ ଏହି ଫୋନ ପ୍ରସ୍ତୁତ କରିଛି। ଯାହାରର ନାମ ‘ମେଇଜୁ ସି-୯’।
ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୦ମିଳିବ। ଏହାବ୍ୟତୀତ ଫୋନରେ ୫.୪୫ଇଞ୍ଚ୍‍ର ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୪୪୦ପିକ୍ସେଲ। ଫୋନର ପ୍ରୋସେସର ବିଷୟରେ କହିଲେ ଏଥିରେ ୧.୩ଗିଗା ହର୍ଟଜ ୟୁଏନଆଇଏସଓସି ୯୮୩୨ପ୍ରୋସେସର ମିଳିବ ଏବଂ ଗ୍ରାଫିକ୍ସ ପାଇଁ ମାଲି ଟ-୫୨୦ ମିଳିବ। ଏହି ଫୋନ ୧୩ମେଗାପିକ୍ସେଲର, ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲ। ଏହାସହିତ ଏଥିରେ ଫେସ୍‍ ଅନଲକ ଫିଚର ପାଇପାରିବେ। ଏଥିରେ ୨ଜିବି ରାମ ସହିତ ୧୬ଜିବିର ଷ୍ଟୋରେଜ ପାଇପାରିବେ। ୩୫୦୦ଏମ୍‍ଏଚର ବ୍ୟାଟେରୀ ଏଥିରେ ଦିଆଯାଇଛି ଏବଂ ସଂଯୋଗ ପାଇଁ ୪-ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୪.୧ ରହିଛି। ଏହାର ମୂଲ୍ୟ ୫,୯୯୯ଟଙ୍କା, କିନ୍ତୁ ଏହି ଫୋନକୁ କିଛି ଦିନ ପାଇଁ ୪,୯୯୯ଟଙ୍କା ମୂଲ୍ୟରେ କିଣିପାରିବେ। ଏହି ଫୋନ କିଣିଲେ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ମିଳିବ। ଏହି କ୍ୟାସବ୍ୟାକ ହେତୁ ଆପଣ ଏହି ଫୋନଟିକୁ ମାତ୍ର ୨,୭୯୯ ଟଙ୍କାରେ ପାଇପାରିବେ। ଆମାଜନ ଇଣ୍ଡିଆରେ ଉପଲବ୍ଧ ରହିଛି ଏହି ଫୋନ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories