ଜି ଉଦୟଗିରି ସବୁଠୁ ଥଣ୍ଡା ସହର
ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରବିବାର ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୫ ସହର। ୭.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। କୋରାପୁଟରେ ୮, ଦାରିଙ୍ଗବାଡିରେ ୮.୫ , ଫୁଲବାଣୀରେ ୯.୫ , ସିମିଳିଗୁଡାରେ ୯.୯ , ନବରଙ୍ଗପୁରରେ ୧୧.୫, କିରେଇରେ ୧୧.୭ , ଅନୁଗୋଳରେ ୧୨, ରାଣୀତାଳରେ ୧୨.୬, ତାଳଚେରରେ ୧୪.୨, ସୋନପୁରରେ ୧୩.୫, ସମ୍ବଲପୁରରେ ୧୫.୩, ଦେବଗଡ଼ରେ ୧୫, ରାୟଗଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳରେ ୧୪.୩, ବଲାଙ୍ଗିରରେ ୧୩.୨, ନୂଆପଡ଼ାରେ ୧୩, ଭବାନୀପାଟଣାରେ ୧୨, କେନ୍ଦ୍ରାପଡ଼ାରେ ୧୪, ଜଗତସିଂହପୁରରେ ୧୪.୨ ଓ ବାରିପଦାରେ ୧୫ , ଭୁବନେଶ୍ବରରେ ୧୪.୪ ଓ କଟକରେ ୧୫.୪ ଡିଗ୍ରୀ ତାପମାତ୍ରା ରହିଥିବା ସୂଚନା ରହିଛି।
Comments are closed.