ନୂଆଦିଲ୍ଲୀ: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ରବିବାର ମତଦାନ ଚାଲିଛି। ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ। ଏଥିରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି)ର ଅନୁପସ୍ଥିତି ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟ ହାସଲ କରିବା ନେଇ ସ୍ପଷ୍ଟ ହୋଇଛି। ବିରୋଧୀ ଦଳ ବିଏନପି ନିର୍ବାଚନ ବର୍ଜନ କରିଛି। ନିର୍ବାଚନ ଫଳାଫଳ ଜାନୁଆରୀ ୮ ତାରିଖ ସକାଳେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏଥିସହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।
Popular Categories



