www.samajalive.in
Tuesday, December 9, 2025
16.1 C
Bhubaneswar

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ପୁଣି ଦାଦନ ଦୁଃଖ। କାମ କରିବା ପାଇଁ କେରଳ ଯାଇଥିବା ବେଳେ କେରଳରୁ ଫେରିଲା ଯୁବ ଦାଦନ ଶ୍ରମିକଙ୍କ ମୃତଦେହ। ଦାରିଙ୍ଗବାଡ଼ି ବ୍ଲକ ଗଦଡ଼ି ଗାଁର ରମେଶ ପ୍ରଧାନଙ୍କ ପୁଅ ବିବେକ ପ୍ରଧାନ ପ୍ରାୟ ୧ମାସ ତଳେ ଘରର ଅସୁବିଧା ଓ ପେଟପାଟଣା ପାଇଁ ସୁଦୂର କେରଳ ଯାଇ ଏକ ଟାଇଲ କମ୍ପାନୀରେ କାର୍ଯ୍ୟ କରୁଥିଲେ। ହେଲେ କିଛି ଦିନ ତଳେ କମ୍ପାନୀରେ କାମ କରୁଥିବା ସମୟରେ ଅସୁସ୍ଥ ହେବାରୁ କମ୍ପାନୀ କର୍ମଚାରୀ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ କେରଳର ତ୍ରିଶୂର ମେଡିକାଲ କଲେଜରେ ଆଇସିୟୁରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କେରଳରେ ତାଙ୍କର ମୃତ୍ୟ ଘଟିଛି। ଘରେ ରୋଜଗାରିଆ କେହି ନଥିବା ବେଳେ ଏବେ ବିବେକଙ୍କ ମୃତ୍ୟ ପରେ ଅସହାୟ ହୋଇପଡିଛନ୍ତି ବାପା ମା’।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories