www.samajalive.in
Monday, December 8, 2025
27.1 C
Bhubaneswar

ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ବନ୍ଧୁତ୍ୱପୁର୍ଣ କ୍ରିକେଟ ମ୍ୟାଚ

ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ମିନିଷ୍ଟାଡିୟମ ଠାରେ ଫିରିଙ୍ଗିଆ ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି। ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ନାମେଣ୍ଟରେ ପ୍ରେସ କ୍ଲବ ଏକାଦଶ ତରଫରୁ କ୍ଳବର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ କ୍ୟାପଟେନ ଭାବରେ ନେତୃତ୍ୱ ନେଇଥିବା ବେଳେ ବ୍ଲକ ପ୍ରଶାସନ ଏକାଦଶ ତରଫରୁ ବ୍ଲକର ମୁଖ୍ୟ କିରାଣୀ ମାନସ କୁମାର ସେଠି କ୍ୟାପଟେନ ଭାବରେ ନେତୃତ୍ୱ ନେଇଥିଲେ। ତେବେ ଟସ ଜିତି ବ୍ଲକ ପ୍ରଶାସନ ଏକାଦଶ ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ପ୍ରେସ ଏକାଦଶ ଫିଲଡିଂ କରିଥିଲା। ଅନ୍ୟପଟେ ବ୍ୟାଟିଂ କରି ବ୍ଲକ ପ୍ରଶାସନ ଏକାଦଶ ସମୁଦାୟ ୧୫ ଓଭରରେ ୩ ଉଇକେଟ ହରାଇ ୧୬୩ ରନ କରିଥିବା ବେଳେ ପ୍ରେସ କ୍ଳବ ଏକାଦଶ ୧୫ ଓଭରରେ ଚାରି ଉଇକେଟ ହରାଇ ୧୫୨ ରନ କରି ୧୨ ରନ ବ୍ୟବଧାନରେ ବ୍ଲକ ପ୍ରଶାସନ ଠାରୁ ପ୍ରେସ ଏକାଦଶ ପରାଜିତ ହୋଇଥିଲା। ଅମ୍ପାୟାର ଭାବରେ କ୍ରିକେଟ ଖେଳାଳି ବିଭୁଦତ୍ତ ମୁଖିଙ୍କ ସହ ବ୍ଲକରେ କାର୍ଯ୍ୟାଳୟରେ କାର୍ଯ୍ୟରତ ଭବାନି ଦେଓ ଓ ଟିଙ୍କୁନ ଦିଗାଲ ଖେଳ ପରିଚାଳନା କରିଥିଲେ। ବ୍ଲକ ପ୍ରଶାସନ ତରଫରୁ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ କନିଷ୍ଠ ଯନ୍ତ୍ରୀ ଲୀନ୍ମୟ ସ୍ୱାଇଁ, ଜୀବିକା ମିଶନ ରେ କାର୍ଯ୍ୟରତ ସଂଗ୍ରାମ କେଶରୀ ସାହୁ ଓ ରତିକାନ୍ତ ସାହୁ, ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣସିଂ, ଡିଇଓ ଜିତେନ୍ଦ୍ର ଆଚାର୍ଯ୍ୟ, ଜିଆରଏସ ଗୌରାଙ୍ଗ କହଁର, ନରୋତ୍ତମ କହଁର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ଯୋଗାଣ ବିଭାଗ ଡିଇଓ ବିକାଶ ବିଶ୍ୱାଳ, ମିଶନଶକ୍ତି ଗୋଷ୍ଠି ପ୍ରକଳ୍ପ ପରିଚାଳକ ବାଦଲ କୁମାର ନାଏକ, ଆରଏଚ ବିପିଓ ପଦ୍ୟୁଷ ମହାନ୍ତି, ଜିଆରଏସ ପୁରଞ୍ଜନ କହଁର ନରୋତ୍ତମ କହଁର, ଗୌରାଙ୍ଗ କହଁର ପ୍ରମୁଖ ଖେଳାଳି ଭାବରେ ଯୋଗ ଦେଇଥିବା ବେଳେ ପ୍ରେସ ଏକାଦଶ ପକ୍ଷରୁ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି,ଉପଦେଷ୍ଟା ଶରତ ମିଶ୍ର, ସଂଯୋଜକ ହୂରଞ୍ଜନ ସେଠି, ଗୋଲକ ବିହାରୀ କହଁର, ସହ ସମ୍ପାଦକ ହେମନ୍ତ ନାଏକ, ଦେବାଶିଷ ଦିଗାଳ, ପ୍ରଶାନ୍ତ କହଁର, ସୁନାସିର ଦିଗାଳ, ସଞ୍ଜୟ କୁମାର ସାହୁ ପ୍ରମୁଖ ଖେଳାଳି ଭାବରେ ଯୋଗ ଦେଇଥିଲେ। ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେଶ ରଥ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories