www.samajalive.in
Sunday, December 7, 2025
26.1 C
Bhubaneswar

ଜୁନ୍‌୯ରେ ଭାରତ-ପାକିସ୍ତାନ ମୁକାବିଲା

ପୁରୁଷ ଟି୨୦ ବିଶ୍ବକପ୍‌ ଜୁନ୍‌ ୧ରୁ; ଭାଗନେବେ ୨୦ ଦଳ

ନୂଆଦିଲ୍ଲୀ,   : ଆଇସିସି ପୁରୁଷ ଟି୨୦ ବିଶ୍ବକପର ନବମ ସଂସ୍କରଣ ଆସନ୍ତା ଜୁନ୍‌ ୧ରୁ ୨୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ। ଏ ନେଇ ଶୁକ୍ରବାର ଆଇସିସି ପକ୍ଷରୁ ତାରିଖ ଓ ଗ୍ରୁପ ଘୋଷଣା କରାଯାଇଛି। ଏଥିରେ ମୋଟ୍‌ ୨୦ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଭାରତ, ପାକିସ୍ତାନ, ଆୟରଲାଣ୍ଡ,କାନାଡ଼ା ଓ ଆୟୋଜକ ଆମେରିକା ରହିଥିବାବେଳେ ଗ୍ରୁପ-ବି ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମିମ୍ବିଆ,ସ୍କଟଲାଣ୍ଡ, ଓମାନ, ଗ୍ରୁପ-ସି ରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌, ଆଫଗାନିସ୍ତାନ, ଉଗାଣ୍ଡା,ପପୁଆ ନ୍ୟୁ ଗିନି ଓ ଗ୍ରୁପ-ଡି ରେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡ୍‌ସ, ନେପାଳ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ମୋଟ୍‌ ୫୫ଟି ମ୍ୟାଚ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ର ୯ଟି ଷ୍ଟାଡ଼ିୟମରେ ଖେଳାଯିବ। ଜୁନ୍‌ ୧ରେ କାନାଡା ଓ ଆମେରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଭାରତ ଜୁନ୍ ୫ରେ ପ୍ରଥମ ମ୍ୟାଚ ଆୟରଲାଣ୍ଡ ସହ ଖେଳି ଅଭିଯାନ ଆରମ୍ଭ କରିବ।
ଜୁନ୍‌ ୯ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ ନ୍ୟୁୟର୍କରେ ଖେଳାଯିବ। ସେହିପରି ଭାରତ ୩ୟ ମ୍ୟାଚ ୧୨ରେ ଆମେରିକା ଓ ୧୫ରେ କାନାଡ଼ା ସହ ଖେଳିବ। ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ ହେବେ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇ ସୁପର-୮ ଖେଳାଯିବ। ଏଥିରୁ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଜୁନ୍‌ ୨୬ ଓ ୨୭ରେ ସେମିଫାଇନାଲ ଓ ୨୯ରେ ଫାଇନାଲ ବାର୍ବାଡୋସରେ ଖେଳାଯିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories