www.samajalive.in
Saturday, December 6, 2025
16.1 C
Bhubaneswar

୭ ଜାନୁୟାରୀ, ୧୯୩୪ରେ ସମାଜରେ ବାହାରିଥିବା ଖବର

ଅନଶନ ଭାଙ୍ଗିଲା
ଅଭିଯୋଗର ପ୍ରତିକାର ହେଲା
ପୁରୀ, ୩।୧।୩୪: ପ୍ରକାଶ ଯେ ପୁରୀ ଜିଲାରେ ରାଜନୈତିକ ବନ୍ଦୀମାନେ ସେମାନଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବାର ଅଭିଯୋଗରେ ଅନଶନ କରିଥିଲେ। ସେମାନଙ୍କର ଆପତ୍ତି ଶୁଣାଯାଇଥିବାରୁ ସେମାନେ ପୁଣି ଖିଆପିଆ କଲେଣି ବୋଲି ଖବର ମିଳିଛି।
ପରିଶ୍ରମର ମର୍ଯ୍ୟାଦା
ମାଟ୍ରିକୁଲେଟ୍ ଯୋତା ସଫା କରୁଛନ୍ତି
ଅମ୍ବାଲା, ୪।୧।୩୪: ଝେଲମ୍‌‌ର ପୁଲକ୍‌ ରାଜ୍ ନାମକ ଜଣେ ଯୁବକ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍ ପାଶ୍ କରି ଏଠା ବଜାରରେ ବୁଲି ବୁଲି ଯୋତା ସଫା କରୁଛନ୍ତି। ଜଣେ ସାମ୍ବାଦିକଙ୍କ ସହ ସାକ୍ଷାତରେ ପୁଲକ୍‌ ରାଜ୍ କହିଲେ ଯେ ସେ ୧୯୨୫ସାଲରେ ମାଟ୍ରିକୁଲେସନ୍ ପାଶ୍ କରି କ୍ବେଟାଠାରେ ଗୋଟିଏ ଦୋକାନରେ ଦୁଇ ବର୍ଷ ଚାକିରି କରିଥିଲେ। ସେ ଚାକିରି ହରାଇବା ପରେ ନୂଆ ଚାକିରି ଖୋଜି ମଧ୍ୟ ପାଇନଥିଲେ। ତାଙ୍କ ହାତରେ ମୂଳଧନ ନଥିବାରୁ ସେ ବର୍ତ୍ତମାନ ପାଇଁ ଯୋତା ସଫା କରିବା କାମକୁ ନିଜର ବ୍ୟବସାୟ କରି ଧଇଲେ। ଏଥିପାଇଁ ତାଙ୍କ ମନରେ ଟିକିଏ ହେଲେ ଦୁଃଖ ହୋଇନାହିଁ।
ବଦ୍ରିନାଥକୁ ଉଡ଼ାଜାହାଜ
ପ୍ରୟାଗ, ୪।୧।୩୪: ହିମାଳୟ ପର୍ବତ ଉପରେ ବଦ୍ରିନାଥଙ୍କ ଦର୍ଶନ ପାଇଁ ଯିବା ଆସିବା ବଡ଼ କଷ୍ଟରେ ହେଉଥିଲା। ଏଣିକି ସେଠାକୁ ଉଡ଼ାଜାହାଜ ଯା’ଆସ କରିବାର ପ୍ରସ୍ତାବ ଚାଲିଛି।
ମାନ୍ଦ୍ରାଜ ଗାଦି କାହାକୁ ମିଳିବ
ମାନ୍ଦ୍ରାଜ, ୩।୧।୩୪: ମାନ୍ଦ୍ରାଜର ସମ୍ବାଦପତ୍ର ‘ହିନ୍ଦୁ’ ବିଶ୍ବସ୍ତ ସୂତ୍ରରେ ଅବଗତ ହୋଇଛନ୍ତି ଯେ ମାନ୍ଦ୍ରାଜର ଲାଟ ସାର୍ ଜର୍ଜ ଷ୍ଟାନ୍‌ଲେ ଲର୍ଡ ଉଇଲିଂଡନ୍‌ଙ୍କ ଅନୁପସ୍ଥିତିରେ ବଡ଼ଲାଟ ହେବେ ଏବଂ ଉଇଲିଂଡନ୍‌ଙ୍କ ଛୁଟି ଶେଷରେ ସେ ପୁଣି ମାନ୍ଦ୍ରାଜର ଲାଟ ହୋଇ ଫେରିଆସି ତାଙ୍କର ଅବଶିଷ୍ଟ କାର୍ଯ୍ୟକାଳ ଶେଷ କରିବେ। ମାନ୍ଦ୍ରାଜ ଲାଟଙ୍କ ସ୍ଥାନରେ କିଏ ଏ ପ୍ରଦେଶର ଅସ୍ଥାୟୀ ଲାଟ ନିଯୁକ୍ତ ହେବ, ସେ ବିଷୟ ଭାରତ ମନ୍ତ୍ରୀ ମାନ୍ଦ୍ରାଜ ଲାଟଙ୍କ ସହିତ ପରାମର୍ଶ କରି ସ୍ଥିର କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories