www.samajalive.in
Sunday, December 14, 2025
16.1 C
Bhubaneswar

ରେଡ୍ ବେଳେ ଇଡି ଟିମକୁ ଆକ୍ରମଣ : ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ ।  ଉତ୍ତର ୨୪ ପ୍ରଗଣାରେ ଟିଏମସିର ଜଣେ ନେତାଙ୍କ ଘରକୁ ରେଡ୍ ପାଇଁ ଯାଉଥିବାବେଳେ ଆକ୍ରମଣ ହୋଇଛି। ହଠାତ୍ ୨୦୦ରୁ ଉଦ୍ଧ୍ଵର୍ର୍ ଲୋକ ଆସି ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜ୍ଜା କରିଥିବା ଅଭିଯୋଗ ହୋଇଛି।

ଭଙ୍ଗାରୁଜ୍ଜାରେ କାରର ଆଗ ଏବଂ ପଛ ପାଖର କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ତେବେ ଇଡି ଟିମର ଗାଡି ଉପରେ କିଏ ଏବଂ କେଉଁ କାରଣରୁ ଆକ୍ରମଣ କରିଛି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସୁରକ୍ଷା ଲାଗି ଘଟଣାସ୍ଥଳରେ ସିଆରପିଏଫ୍ ଯବାନ ମାନଙ୍କୁ ମୂତୟନ କରାଯାଇଛି।

- Advertisement -

ସେପଟେ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଚଢଉ ବେଳେ ଇଡି ଅଧିକାରୀ ଏବଂ ସିଆରପିଏଫ୍ ଯବାନ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ।

ଏଣୁ ଏଭଳି ଅରାଜକତାକୁ ଦମନ କରିବା ପାଇଁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହା ପଶ୍ଚିମବଙ୍ଗ ରାଜପାଳ , ଇଡି ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାର ଏନଆଇଏ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ବି ଦୃଢ ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories