www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ବେକାବୁ କରୋନା ? ଗତ ୨୪ ଘଣ୍ଟାରେ ନେଲାଣି ୧୨ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଥଣ୍ଡା ବଢିବା ସହ କରୋନା ମାମଲା ବି କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ ଅଧିକକୁ ବୃଦ୍ଧି ପାଇଛି। କର୍ଣ୍ଣାଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୨ ଜଣ ଲୋକଭ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆକ୍ଟିଭ୍ କେସ୍ ବର୍ତ୍ତମାନ୍ ୪ ହଜାର ୩୩୪ରେ ପହଞ୍ଚିଲାଣି ।

ଯଦି ଆମେ ଦେଖିବା ଜାନୁଆରୀ ୩ ତାରିଖ ସୁଦ୍ଧା ଏହି ଭୂତାଣୁ ଦେଶର ୧୧ ରାଜ୍ୟକୁ ବ୍ୟାପିଥିବାବେଳେ ମୋଟ୍ ୫୪୧ ମାମଲା ସାମ୍ନାକୁ ଆସିଲାଣି। କେରଳରୁ ୧୪୮ , ଗୋଆରୁ ୪୭ , ଗୁଜୁରାଟରୁ ୩୬ , ମହାରାଷ୍ଟ୍ରରୁ ୩୨ , ଦିଲ୍ଲୀରୁ ୧୫ , କର୍ଣ୍ଣାଟକରୁ ୧୯୯ , ରାଜସ୍ଥାନରୁ ୪ , ତେଲେଙ୍ଗାନାରୁ ୨ ଏବଂ ଓଡିଶାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

- Advertisement -

ସେପଟେ ସ୍ୱାସ୍ଥ୍ୟ ବିଭାଗର କହିବା ମୂତାବକ ପ୍ରତିବର୍ଷ ଶୀତଦିନେ ହିଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗେ । ତେଣୁ ଏହି ସମୟରେ ଲକ୍ଷଣକୁ ଚିହ୍ନିବା ଏବଂ ନିଜ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ । ଏ ନେଇ ବିଭାଗ ପୁରା ସଜାଗ ରହିଛି। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories