www.samajalive.in
Monday, December 15, 2025
17.1 C
Bhubaneswar

ଲୋକସେବକ ମଣ୍ଡଳ ପକ୍ଷରୁ ଦୁର୍ଗମ ଗ୍ରାମର ଆଦିବାସୀଙ୍କୁ କମ୍ବଳ ବଣ୍ଟନ

ପାତ୍ରପୁର : ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାତ୍ରପୁର ବ୍ଳକ ଦୁର୍ଗମ ଆଦିବାସୀ ଗ୍ରାମ ମାନଙ୍କରେ ଶୀତର ପ୍ରକୋପ ଦ୍ୱିଗୁଣିତ ହୋଇଛି। ଏହାକୁ ଦେଖି ପାତ୍ରପୁର ବ୍ଲକ ଦୁର୍ଗମ ପାହାଡ଼ ଉପରେ ଥିବା ଆଙ୍କୁଲି, ବୁରାତାଲ, ତୁରୁବୁଡ଼ି ପଂଚାୟତ ସମେତ ସୀମାନ୍ତ ଗଜପତି ଜିଲ୍ଲାର ସମୁଦାୟ ସତର ଗୋଟି ଗ୍ରାମର ଆଦିବାସୀ ଲୋକଙ୍କୁ ଲୋକସେବକ ମଣ୍ଡଳ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଏହି ସବୁ ଆଦିବାସୀ ଗ୍ରାମ ମଧ୍ୟରୁ ଆଙ୍କୁଲି ପଞ୍ଚାୟତ ଏଲଗଲ , ଶିରିସିଗଣ୍ଡ , ଫରୁଆ ସିଙ୍ଗି,ବୁରାତାଲ ପଞ୍ଚାୟତ ମହଲିମ୍ବ, ହରଡାପାଟୁ, ନୂଆସାହି ଲୋକଗ୍ରାମର ୪୫ ଜଣ ଗରୀବ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଲୋକଙ୍କୁ ବାଘଲଟି ଜଳଭଣ୍ଡାର ପଠାରେ କମ୍ବଳ ବଣ୍ଟନ କରାଯାଇ ଥିଲା।

ଏହାପରେ ତୁରୁବୁଡ଼ି ପଞ୍ଚାୟତ ଝଗଡା ପଲ୍ହୀ ନୂଆ ସାହି ଠାରେ ଗ୍ରାମ ଛାଡି ଚଳିତ ବର୍ଷ ନୂତନ ଭାବେ ଘର କରି ରହୁଥିବା ବେହେରା ପଟୁ, ଏଲଗଲ ଗ୍ରାମର ତେର ଆଦିବାସୀ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା। ନିକଟରେ ଥିବା ସମସ୍ତ ଆଦିବାସୀ ଗ୍ରାମ ଢ଼ଉବଡ଼ ଏବଂ ପାର୍ଶ୍ଵରେ ଗଜପତି ଜିଲ୍ଲାରୁ ଆସି ରହୁଥିବା ଅନ୍ତନାଳି, ପାଇଣ୍ଡା,ପୂଜାରୀ କୁଲୁ, ଧାନବାଡ, ଦୟାରୀ ଗଣ୍ଡ, କୈଠଢେପା, ପ୍ରଭୁତି ଗ୍ରାମର ତିରିଶିରୁ ଉର୍ଦ୍ଧ୍ବ ଗରୀବ ଆଦିବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା। ପୂର୍ବରୁ ଖାରିଆ ଗୁଡ଼ା ଠାରେ ଜଣେ ଦଳିତ ବିଧବା ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ସମାଜ ରିଲିଫ ସଂଗଠନର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତେକ ପରିବାରକୁ କମ୍ବଳ ବଣ୍ଟନ କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମ ବେଳେ ସମାଜସେବୀ ତଥା ଅବସର ପ୍ରାପ୍ତ ସେନା ଅଧିକାରୀ ଅଶୋକ କୁମାର ସାମନ୍ତଙ୍କ ସହିତ ପାତ୍ରପୁର ସମାଜ ସମ୍ବାଦ ଦାତା ରବୀନ୍ଦ୍ର କୁମାର ମିଶ୍ର ଯୋଗଦେଇ ବଣ୍ଟନ କାର୍ଯ୍ୟରେ ସହାୟତା କରିଥିଲେ। ବଣ୍ଟନ ବେଳେ ସାମ୍ବାଦିକ ରାଜେଶ କୁମାର ସେଠୀ, ସମାଜ ସେବୀ ସହଦେବ ନାୟକ, ନରସିଂହ କର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକମାନେ ଶୀତ ସମୟରେ ସମାଜ ତଥା ଲୋକସେବକ ମଣ୍ଡଳର ଏହିଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories