www.samajalive.in
Saturday, December 6, 2025
26.1 C
Bhubaneswar

ଶୀତରେ ଖାଆନ୍ତୁ ସ୍ୱାଦିଷ୍ଟ ଚଟଣି

ଭୋଜନ ଥାଳିରେ ଭାତ, ଡାଲି , ସାଲାଡ ସହ ଚଟଣି ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ..
କଞ୍ଚାଲଙ୍କା ଚଟଣି
ଆବଶ୍ୟକ ସାମଗ୍ରୀ
କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ
ରସୁଣ – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁଯାୟୀ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ଅଁଳା,ତେନ୍ତୁଳି – ଅଳ୍ପ
କଳାଲୁଣ – ସାମାନ୍ୟ
ଜିରା – ଅଳ୍ପ
ହେଙ୍ଗୁ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ରସୁଣକୁ ଛଡାଇ ଅଁଳାକୁ କାଟି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାନ୍ତୁ। ଏବେ ରସୁଣକୁ ପକାଇ ଭାଜନ୍ତୁ। ପୁଣି କଞ୍ଚାଲଙ୍କା ପକାଇ ଭାଜନ୍ତୁ। ଅଳ୍ପ ତେନ୍ତୁଳି ପକାନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏଥିରେ ଧନିଆପତ୍ର,ଲୁଣ, ହେଙ୍ଗୁ , ଅଁଳା ପକାଇ ପେଷି ଦିଅନ୍ତୁ ପ୍ରସ୍ତୁତ ହୋଇଗଲା କଞ୍ଚାଲଙ୍କା ଚଟଣି।

ଟମାଟୋ ଚଟଣି :

- Advertisement -

ପ୍ରଥମେ ଟମାଟୋକୁ ପେଷି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ସୋରିଷ, ଭୃସଙ୍ଗ ପତ୍ର, ରସୁଣ ଓ ଅଦା ପକାଇ ଅଳ୍ପ ଭାଜି ଦିଅନ୍ତୁ। ସେଥିରେ ଟମାଟୋ ପେଷ୍ଟ ପକାଇ ଦିଅନ୍ତୁ। ଟମାଟୋ ପେଷ୍ଟ ଗାଢ ହୋଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ବାଦ ଅନୁଯାୟୀ ଲୁଣ, ସ୍ବାଦ ଅନୁଯାୟୀ ଚିନି ପକାନ୍ତୁ। ତାପରେ ତାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ୫ମିନିଟ ପରେ ଗ୍ୟାସରୁ ଚଟଣି କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ଚଟଣି।

ଭୃସଙ୍ଗ ପତ୍ର ଚଟଣି :

ଏହି ଚଟଣିରେ ଆଇରନ, କ୍ୟାଲସିୟମ ଓ ଅନେକ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ବାରା କେଶ ଘନ, କଳା ଓ ମଜଭୁତ ହୋଇଥାଏ। ଏହାଦ୍ବାରା ରକ୍ତର ଅଭାବ ମଧ୍ୟ ଠିକ ହୋଇଥାଏ। ଏହାସହ ରକ୍ତଚାପ ଓ ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ।
ପ୍ରସ୍ତୁତ ପ୍ରଣାଳୀ :

ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତାପରେ ସେଥିରେ ଭୃସଙ୍ଗ ପକାଇ ୨ମିନିଟ ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡରରେ ଭାଜି ଥିବା ଭୃସଙ୍ଗ ପତ୍ର, ୧ଚାମଚ ଗୁଡ, ୨ଚାମଚ ତେନ୍ତୁଳି ରସ, ସ୍ବାଦ ଅନୁଯାୟୀ ଲୁଣ, ପାଣି ଓ ଲଙ୍କା ପକାଇ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଭୃସଙ୍ଗ ପତ୍ର ଚଟଣି।

ଅଁଳା ଚଟଣି :

ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅଁଳାରେ ଭିଟାମିନ-ସି ଓ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହା ଶରୀରରେ ହେଉଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ।
ପ୍ରସ୍ତୁତ ପ୍ରଣାଳୀ :

ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ। ତାପରେ ସେଥିରେ ଅଁଳାକୁ କାଟି ପକାନ୍ତୁ। ତାପରେ ସେଥିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଘିଅ ପକାଇ କିଛି ସମୟ ଭାଜନ୍ତୁ। ତାପରେ ପୁଦିନା ପତ୍ର ପକାଇ ୧ମିନିଟ ଭାଜି କାଢି ତାହାକୁ ଥଣ୍ଡା କରି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଁଳା ଚଟଣି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories