ବାଲେଶ୍ବର : ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ୩ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ନିକଟରୁ କିଛି ନକଲି ଟଙ୍କା ଜବତ କରାଯାଇଛି। ସେମାନେ ପୂର୍ବରୁ ଏପରି ନକଲି ଟଙ୍କା କାରବାର କରୁଥିବା ନେଇ ଅଭିଯୋଗ ହୋଇଛି। କିନ୍ତୁ ଏହି ବ୍ୟକ୍ତିମାନେ ଜାଲ ଟଙ୍କା କାରବାର ସହିତ ସେମାନଙ୍କ ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି। ପୁଲିସ ଜବତ କରିଥିବା ଟଙ୍କାକୁ ଭୁବନେଶ୍ବର ରିଜର୍ଭ ବ୍ୟାଙ୍କ ପଠାଇବ। ତେବେ ଅଟକ ଥିବା ବ୍ୟକ୍ତିମାନେ ମଦ୍ରାସା ଖୋଲିବା ପାଇଁ ଚାନ୍ଦା ସଂଗ୍ରହ କରିବାକୁ ରେମୁଣାକୁ ଯାଉଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
Popular Categories



