www.samajalive.in
Monday, December 15, 2025
14.1 C
Bhubaneswar

୮ ଦଫା ଦାବି ନେଇ ଛାତ୍ର ସଂଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଛାତ୍ର ସଂଗଠନ ପକ୍ଷରୁ ଆଜି ୮ ଦଫା ଦାବି ନେଇ ସ୍ଥାନୀୟ ତହସିଲ ଅଫିସ ଘେରାଓ । ଛାତ୍ର ସଂଗଠନର ନେତା ଚୈତନ୍ୟ ହଂସ ଏବଂ ରାଜେନ୍ଦ୍ର ଦୀପଙ୍କ ନେତୃତ୍ବ ରେ  ବିଭିନ୍ନ ୱାର୍ଡର ମହିଳା ମାନେ ଏକ ଶୋଭାଯାତ୍ରାରେ ସହର ମୁଖ୍ୟ ରାସ୍ତା ଦେଇ ତହସିଲ ଅଫିସ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବୃଦ୍ଧ ବୃଦ୍ଧାଙ୍କୁ ମାସିକ ଭତ୍ତା ବୃଦ୍ଧି କରିବା ସହ ବ୍ୟାଙ୍କ ପରିବର୍ତେ ଘରକୁ ଟଙ୍କା ପହଞ୍ଚାଇବା , ରାସନ କାର୍ଡରେ ଚାଉଳ ସହ ଚିନି , ଗହମ , ଡାଲି , ତେଲ , ଅନ୍ତର୍ଭୁକ୍ତ କରିବା , କଣ୍ଟାବାଞ୍ଜି ଡାକ୍ତରଖାନା ପରିବେଶ ସଫା ସୁତୁରା ରଖିବା , ଡାକ୍ତରଖାନାରେ ରେ ଲାଞ୍ଚ କାରବାର ବନ୍ଦ , କଣ୍ଟାବାଞ୍ଜି ରେ ଟ୍ରାଫିକ ସମସ୍ୟା ସୁଧାର , ଭାରି ଯାନବାହାନ ଚଳାଚଳ ଉପରେ କଟକଣା , କଣ୍ଟାବାଞ୍ଜିର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖେଳ ପଡିଆର ବ୍ୟବସ୍ଥା, ବୁଲା ଗାଈଗୋରୁ ମାନଙ୍କ ପାଇଁ କାଞ୍ଜି ଘର ତିଆରି କରିବା ଭଳି ୮ ଦଫା ସମ୍ବିଳିତ ଦାବିପତ୍ର ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories