www.samajalive.in
Sunday, December 7, 2025
16.1 C
Bhubaneswar

ନିକ୍-ପ୍ରିୟଙ୍କାଙ୍କ ରିସେପସନରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ପ୍ରଥମ ରିସେପସନ୍ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ପାର୍ଟିରେ ଯୋଗ ଦେଇ ମୋଦୀ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମଞ୍ଚ ଉପରେ ନିକ୍ ଜୋନାସଙ୍କ ମାତା-ପିତାଙ୍କୁ ସେ ପାରମ୍ପରିକ ଭାରତୀୟ ଶୈଳୀରେ ହାତ ଯୋଡ଼ି ନମସ୍କାର କରିଥିଲେ।

- Advertisement -

ଦିଲ୍ଲୀର ପଞ୍ଚ ତାରକା ହୋଟେଲ୍ ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଓ ନିକଙ୍କ ପ୍ରଥମ ରିସେପସନ୍ ପାର୍ଟି ଆୟୋଜିତ ହୋଇଯାଇଛି। ଏହି ପାର୍ଟିରେ ପ୍ରିୟଙ୍କା ଓ ନିକ୍ ଉଭୟଙ୍କୁ ଭାରତୀୟ ବେଶଭୂଷାରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯେଉଁଥିରେ ରୂପେଲୀ ରଙ୍ଗର କାରୁକାର୍ୟ୍ୟ ହୋଇଥିଲା। ଏଥିସହିତ ନିକ୍ ଜୋନାସ୍ କଳା ରଙ୍ଗର ପୋଷାକରେ ବେଶ୍ ସୁନ୍ଦର ଦିଶୁଥିଲେ। ରାଜସ୍ଥାନର ଯୋଧପୁରରେ ବିବାହ ପରେ ଦିଲ୍ଲୀରେ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ଏହି ରିସେପସନ୍ ପାର୍ଟିର ଆୟୋଜନ କରାଯାଇଥିଲା।

ପ୍ରିୟଙ୍କା ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବର୍ଲିନ୍ ରେ ଭେଟିଥିଲେ। ସେ ସମୟରେ ମୋଦୀ ବିଦେଶ ଯାତ୍ରାରେ ଥିଲେ ଓ ପ୍ରିୟଙ୍କା ସେଠାକୁ ତାଙ୍କର ପ୍ରଥମ ହଲିଉଡ଼ ଚଳଚ୍ଚିତ୍ର ’ବେ-ୱାଚ୍’ ର ପ୍ରମୋଶନ ପାଇଁ ଯାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories