www.samajalive.in
Sunday, December 14, 2025
17.1 C
Bhubaneswar

ବିଓଆଇ ଏନ୍‌ବିଜି ଓଡିଶାର ସ୍ଥାପନା ଦିବସ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ (ଏନ୍‌ବିଜି) ଓଡିଶା ୦୨/୦୧/୨୦୨୩ ରେ ଆରମ୍ଭ ହୋଇଥିଲା । ବ୍ୟାଙ୍କ ଆରମ୍ଭରୁ ବିଭିନ୍ନ କ୍ଷେତ୍ରରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଙ୍କ ୩୫,୦୦୦ରୁ ଉଦ୍ଧ୍ୱର୍ ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଋଣ ମଞ୍ଜୁର କରି ମହିଳା ବର୍ଗଙ୍କୁ ସାହାଯ୍ୟ କରିବା ସହ ମୁଦ୍ରା ଏବଂ ପିଏମ୍‌ ସ୍ୱନିଧି ଯୋଜନା ଅଧିନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଋଣ ଯୋଗାଇ ସମାଜର ଉନ୍ନତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ବ୍ୟାଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ଷ୍ଟାଟ୍‌ ଅପ୍‌ ଯୋଜନା ଅନ୍ତର୍ଗତ ଏମ୍‌ଏସ୍‌ଏମ୍‌ଇ ଋଣ ଯୋଗାଇ ଦିଆଯାଇଛି । ବଡ ବଡ ଶିଳ୍ପଗୁଡିକୁ ଆର୍ଥିକ ସହାୟତା ଯୋଗାଇବାରେ ବ୍ୟାଙ୍କ ସର୍ବଦା ସାହାଯ୍ୟର ହାତ ବଢାଇବା ସହ ରିଟେଲ୍‌, କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧିନରେ ୧୦୦୦କୋଟିରୁ ଊର୍ଦ୍ଧ୍ୱ ଋଣ ବିତରଣ କରିଛି । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସବୁ ପ୍ରକାରର ବ୍ୟାଙ୍କିଙ୍ଗ୍‌ ଆବଶ୍ୟକତାକୁ ପୂରଣ କରିଥାଏ ।

- Advertisement -

କ୍ରେଡିଟ୍‌ କାର୍ଡ, ଇନ୍‌ସ୍ୟୁରାନ୍ସ ଏବଂ ମ୍ୟୁଚୁଆଲ ଫଣ୍ଡ୍‌ ଆଦିର ସେବା ମଧ୍ୟ ପ୍ରଦାନ କରିଥାଏ । ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଏନ୍‌ବିଜି ଅଧିନରେ ବ୍ୟାଙ୍କର କେନ୍ଦୁଝର, ବାରିପଦା, ସମ୍ବଲପୁର ଏବଂ ଭୁବନେଶ୍ୱର ଜୋନ୍‌ ସମେତ ୨୫୮ଟି ଶାଖା କାର୍ଯ୍ୟ କରୁଅଛି । ଏନ୍‌ବିଜି ଓଡିଶା ୭ଏସ୍‌ଏମଇସିସି ମାଧ୍ୟମରେ
ଏମ୍‌ଏସ୍‌ଏମ୍‌ଇ ଓ ଏବଂ ୭ଆର୍‌ବିସି ମାଧ୍ୟମରେ ରିଟେଲ୍‌ ସେବା ପ୍ରଦାନ କରୁଅଛି । ବ୍ୟାଙ୍କ ପକ୍ଷରୁ କୃଷିଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ଅବସ୍ଥିତ ଷ୍ଟାର କୃଷି ବିକାଶ କେନ୍ଦ୍ର ମାଧ୍ୟମରେ ଆର୍ଥିକ ସହାୟତା ବୃଦ୍ଧି କରାଯାଇ ପାରିଛି । ବ୍ୟାଙ୍କ ଗ୍ରାହକମାନଙ୍କୁ ଉଚ୍ଚ ମାନର ବ୍ୟାଙ୍କିଙ୍ଗ୍‌
ସେବା ଯୋଗାଇଦେବା ସହ ଆର୍ଥିକ କାର୍ଯ୍ୟକଳାକ ମାଧ୍ୟମରେ ରାଜ୍ୟ ତଥା ଦେଶର ସାମଗ୍ରିକ ଅଭିବୃଦ୍ଧିର ଅଂଶ ହେବାକୁ ସର୍ବଦା ପ୍ରତିଶୃତିବଦ୍ଧ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories