www.samajalive.in
Sunday, December 14, 2025
14.1 C
Bhubaneswar

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାରେ ନୁଆ ମୋଡ଼, ଅଭିଯୋଗକାରିଣୀଙ୍କ ଆକସ୍ମିକ ମୃତ୍ୟୁ

ଗୁଣୁପୁର: ବହୁଚର୍ଚ୍ଚିତ ଆଶା ସଂସ୍ଥା ନିର୍ଦେଶକ ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାର ମୋଡ ବଦଳିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଭି ରାଜେଶ୍ ନାମକ ସୁପାରିକିଲରକୁ ମଧ୍ୟ ହତ୍ୟା କରିଥିଲେ। ଏହି ଦୁଇଟି ହତ୍ୟାକାଣ୍ଡ ଘଟଣା ଉପରେ ଗୁଣୁପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ସେ ସମୟରେ ଗୁଣୁପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଆଗକୁ ଆସିଥିଲେ। ତାଙ୍କ ପୁଅ ଭି ରାଜେଶ୍ ନିଖୋଜ ଥିବା ନେଇ ଗୁଣୁପୁର ଥାନାର ଦ୍ବାରସ୍ତ ହୋଇଥିଲେ। ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାର ସମ୍ପର୍କରେ ରାଜେଶ୍ ସମସ୍ତ ତଥ୍ୟ ଜାଣିଥିବା ନେଇ କହିଥିଲେ ଭି ଲକ୍ଷ୍ମୀ। ଏହି ଘଟଣା ପଦାକୁ ଆସିବା ପରେ ଭି ଲକ୍ଷ୍ମୀ ଗୁଣୁପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇଥିଲା। ବର୍ତମାନ ମାମଲା ଗୁଣୁପୁର କୋର୍ଟରେ ବିଚାରାଧିନ ରହିଛି।

ଇତି ମଧ୍ୟରେ ଅଭିଯୋଗକାରିଣୀ ଭି ଲକ୍ଷ୍ମୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆକସ୍ମିକ ମୃତ୍ୟୁ ଘଟିଛି। ଅଭିଯୋଗକାରିଣୀଙ୍କ ମୃତ୍ୟୁ ପରେ ଦୁଇଟି ହତ୍ୟାକାଣ୍ଡ ଘଟଣା ଉପରେ ଆଇନର ବ୍ୟବସ୍ଥା ମଧ୍ୟରେ ଘଟଣାର ମୋଡ କଣ ହେବ ତାହା ଉପରେ ସାଧାରଣରେ ଚର୍ଚ୍ଚା ଜୋର ଧରୁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories