www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡ଼଼ରେ ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦ୍‌‌ଘାଟିତ

ଆଠଗଡ଼଼: କଟକ ଜିଲ୍ଲାରେ ପ୍ରଥମ ଖରିଫ ଧାନମଣ୍ଡି ଆଠଗଡ଼଼ର ରାଜନଗରଠାରେ ଉଦ୍‌‌ଘାଟିତ ହୋଇଯାଇଛି। ରାଜନଗର ପ୍ରାଥମିକ ସେବା ସମବାୟ ସମିତି ଦ୍ୱାରା ସ୍ଥାପିତ ଏହି ଧାନମଣ୍ଡିକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଉଦ୍‌‌ଘାଟନ କରି ରାଜ୍ୟରେ ଚଳିତ ଖରିଫ ଋତୁରେ ମଣ୍ଡି ଜରିଆରେ ଧାନକ୍ରୟକୁ ବ୍ୟବସ୍ଥିତ ଓ ସୁସଂଗଠିତ କରିବା ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ। ପଞ୍ଜିକୃତ ଚାଷୀଙ୍କର ସମସ୍ତ ବଳକା ଧାନ ଏହି ମଣ୍ଡି ଜରିଆରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କ୍ରୟ କରାଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ। ରାଜନଗର ମଣ୍ଡିରେ ପ୍ରଥମ ଦିନ ୩ ଜଣ ଚାଷୀଙ୍କଠାରୁ ୧୦୭.୩୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନର ମାନ ଯାଞ୍ଚକରି ସେହି ଅନୁଯାୟୀ ଧାନକ୍ରୟ କରାଯିବ। ଏହି କାର୍ଯ୍ୟକ୍ରମରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତି, ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼଼ ଶାଖା ପରିଚାଳକ ଲକ୍ଷ୍ମୀଧର ପଣ୍ଡା, ନରସିଂହପୁର ଆରଏମସି ସଂପାଦକ ରାମନାରାୟଣ ମଲ୍ଲିକ, ରାଜନଗର ସମିତିର ସଭାପତି ଗଜେନ୍ଦ୍ର ରାଉତଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ପ୍ରମୁଖଙ୍କ ସମେତ ବହୁ କୃଷକ ଯୋଗଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories