www.samajalive.in
Thursday, December 11, 2025
14.1 C
Bhubaneswar

ଜାତୀୟ ବିଦ୍ୟାଳୟ କ୍ରୀଡ଼ା:ରଗ୍‌ବୀରେ ଓଡ଼ିଶା ରନର୍ସଅପ୍‌

କଟକ  : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା, କିଟ୍‌ ଓ କିସର ମିଳିତ ସହଯୋଗରେ କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ୬୭ତମ ୧୪ ବର୍ଷରୁ କମ୍‌ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ବାଳକ ରଗ୍‌ବୀରେ ବିହାର ବିଜେତା ଓ ଓଡ଼ିଶା ଉପ ବିଜେତା, ବାଳିକାରେ ବିହାର ବିଜେତା ଓ ଓଡ଼ିଶା ଉପ ବିଜେତା ଆଖ୍ୟା ଅର୍ଜନ କରିଛି। ବାଳକ ଭଲିବଲରେ ଉତ୍ତରପ୍ରଦେଶ ବିଜେତା ଓ ହରିୟାଣା ଦ୍ବିତୀୟ, ବାଳିକାରେ ସିବିଏସ୍‌ଇ ଡବ୍ଲ୍ୟୁଏସ୍‌ଓ ବିଜେତା ଓ ଉତ୍ତରପ୍ରଦେଶ ଉପ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସ୍‌, ଅଲିମ୍ପିଆନ ଦିଲ୍ଲୀପ ତିର୍କୀ, ରବି କୁମାର, ଅନୁରାଧା ବିଶ୍ବାଳ, ଏସ୍‌ଜିଏଫ୍‌ଆଇ ପର୍ଯ୍ୟବେକ୍ଷକ ମୂତ୍ତି ରାଜୁ, ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ କୁମାର ଦାଶ, କିଟ୍‌ ଓ କିସର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ,ଏଡିପିଆଇ କୈଳାସ ଚନ୍ଦ୍ର ପ୍ରଧାନ, ସପନ କୁମାର ଜେନା ପ୍ରମୁଖ ଯୋଗ ଦେଇ କୃତି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ରନର୍ସଅପ ହୋଇଥିବା ଓଡ଼ିଶା ବାଳକ ଓ ବାଳିକା ରଗ୍‌ବୀ ଦଳକୁ କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛ​ା ଜଣାଇଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories