ଜାନୁୟାରୀ ୫ରୁ ନୀଳଗିରିରୁ ରେଳ ଚଳାଚଳ ଆରମ୍ଭ

ନୀଳଗିରିରୁ ୫ରେ ଗଡ଼ିବ ରେଳ
ନୀଳଗିରି : ଜାନୁୟାରୀ ୫ରୁ ନୀଳଗିରିରୁ ରେଳ ଚଳାଚଳ ଆରମ୍ଭ ହେବା ନେଇ ସ୍ପଷ୍ଟ କରାଯାଇଛି। ଦକ୍ଷିଣପୂର୍ବ ଡିଆରଏମ କେଆର ଚୌଧୁରୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

 

prayash

ଆସନ୍ତା ୫ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରହି ରେଳ ଚଳାଚଳକୁ ଲୋକାର୍ପଣ କରିବେ ବୋଲି କୁହାଯାଇଛି। ସେହିପରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ବେତନଟୀ ଷ୍ଟେସନରେ ଏକ ଉପରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି। ବୈଠକରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କ ସମେତ ରେଳ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.