www.samajalive.in
Sunday, December 14, 2025
23.1 C
Bhubaneswar

ଏକ ହୋଇ କାମ କରିବା, ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା – ମୁଖ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟ ଶାସନ ଭାର ସମ୍ଭାଳି ଥିବା ବିଜୁ ଜନତା ଦଳ ଆଜି ୨୬ ବର୍ଷ ପୂରଣ କରିଛି। ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଆମ ନେତା ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ଓ ସୁଶାସନ ଯୋଗାଇ ଦେଇଛନ୍ତି। ରାଜ୍ୟ ପାଇଁ ସମସ୍ତ ବିକାଶମୂଳକ କାର୍ଯ୍ୟ ପଛରେ ତାଙ୍କ ଉଦ୍ୟମ ଓ ପ୍ରେରଣା ରହିଛି ବୋଲି ସେ କହିଛନ୍ତି।

ଛତିଶଗଡ଼ରେ ୩.୩ ସାନ୍ଦ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ

- Advertisement -

ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସଭାପତି ନବୀନ ପଟ୍ଟନାୟକ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମହିଳା, ଚାଷୀ, ଯୁବଗୋଷ୍ଠୀଙ୍କ କଲ୍ୟାଣ ସହ ଆଧୁନିକ ଓଡ଼ିଶା ଗଠନ ଦିଗରେ ବିଜୁ ବାବୁଙ୍କ ଅବଦାନକୁ ଏହି ଅବସରରେ ସେ ମନେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଜନସେବାରେ ବିଜେଡି ୨୬ ବର୍ଷ ପୂରଣ କରିଛି ବୋଲି କହିଛନ୍ତି। ଏକ ହୋଇ କାମ କରିବା ଓ ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ସମସ୍ତ ବିଧାନସଭା ଅଂଚଳରେ ରକ୍ତଦାନ ଶିବିର ଓ ସାଇକେଲ ରାଲି ଆୟୋଜିତ ହୋଇଛି। ଭୁବନେଶ୍ୱର ଦଳୀୟ ମୁଖ୍ୟାଳୟରେ ବିଜେଡିର ସମସ୍ତ ନେତୃବୃନ୍ଦ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକ)ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶପଥ ପାଠ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୭ ମସିହା ଡିସେମ୍ବର ୨୬ରେ ବିଜୁ ଜନତା ଦଳ ଗଠନ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିଲା। ପରେ ୨୦୦୦ ମସିହା ଠାରୁ ଓଡ଼ିଶାରେ ବିଜେଡି ଶାସନ କରି ଆସୁଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories